ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ଏୟାରଷ୍ଟ୍ରିପକୁ ସଂଯୋଗ ଜାତୀୟ ରାଜପଥ ୨୬ ରାସ୍ତାର ବିକାଶ ପାଇଁ ଜମି ଅଧିଗ୍ରହଣ କରାଯିବ। ଏନେଇ ଜୟପୁର ବ୍ଲକ ଅନ୍ତର୍ଗତ ସୌରାଗୁଡ଼ା ଶିରିଡ଼ି ମନ୍ଦିର ନିକଟରେ ଜମି ଅଧିଗ୍ରହଣ ନେଇ ଜନ ଶୁଣାଣି ହୋଇଛି। ୧ କିଲୋମିଟର ବିଶିଷ୍ଟ ରାସ୍ତାର ଉନ୍ନତି କରିବା ନେଇ ୩.୩୨୦ ଏକର ଘରୋଇ ଜମିକୁ ଅଧିଗ୍ରହଣ କରାଯିବ।

ଏନେଇ ଏସଆଇଏ ୟୁନିଟ ସର୍ଭେ କରିଛି। ଏହି ରାସ୍ତା ଦୁଇ ଲାଇନ ବିଶିଷ୍ଟ ୬୬ ଫୁଟ ଚଉଡ଼ା ହେବ। ଶୁଣାଣିରେ ୩.୩୨୦ ଏକର ଜମି ୮ ଜଣ ମାଲିକ ନାଁରେ ରହିଥିଲେ। ଏହି ଜନ ଶୁଣାଣିରେ ଜମି ମାଲିକମାନେ ଉପସ୍ଥିତ ରହି ନିଜ ନିଜ ମତ ରଖିଥିଲେ।

ଜନ ଶୁଣାଣିରେ ଉପ ଜିଲ୍ଲାପାଳ ଲୋକନାଥ ଦଳବେହେରା, ବିଡିଓ ସୁରଜ କୁମାର ପଟ୍ଟନାୟକ, ରାସ୍ତା ଓ ଗୃହ ବିଭାଗ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ବୟ କୁମାର ବେହେରା, ବ୍ଲକ ଉପାଧ୍ୟକ୍ଷ ଇଶ୍ୱର ବାଘ, ସରପଞ୍ଚ ବୈଦନାଥ ନାୟକ, ଏବଂ ନବ କୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

ଜମିର ମାଲିକଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଉପ ଜିଲ୍ଲାପାଳ ଲୋକନାଥ ଦଳବେହେରା ସୂଚନା ଦେଇଥିଲେ। ଏହି ଜନ ଶୁଣାଣିରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନିକ ଅଧିକାରୀ ଓ ପୋଲିସ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here