ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପବିତ୍ର ମାଘ ମେଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି କୋଣାର୍କର ଚନ୍ଦ୍ରଭାଗା। ଏନେଇ ବୁଡ଼ ପକାଇବା ପାଇଁ ଥିବା ପୁଷ୍କରିଣୀରୁ ଆଜି ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏହାସହ ପୁଷ୍କରିଣୀକୁ ପରିଷ୍କାର ପାଣି ମଧ୍ୟ ଛଡ଼ା ଯାଉଛି।

ଫେବ୍ରୁଆରି ୧ରେ ଚନ୍ଦ୍ରଭାଗାରେ ମାଘ ମେଳା ଅନୁଷ୍ଠିତ ହେବ। ଏହି ଦିନ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବେ। ଏନେଇ ପ୍ରଶାସନ ପକ୍ଷରୁ ଏବେଠୁ ବିଭିନ୍ନ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଏହି ଦିନକୁ ସୂର୍ଯ୍ୟଙ୍କ ଜନ୍ମଦିନ ଭାବେ ମନାଯାଏ। ବିଶ୍ଵାସ ରହିଛି ଚନ୍ଦ୍ରଭାଗାରେ ବୁଡ଼ ପକେଇବା ଦ୍ଵାରା ସବୁ ରୋଗ ଦୂର ହୁଏ। କିମ୍ଵଦନ୍ତୀ ଅନୁସାରେ କୃଷ୍ଣଙ୍କ ପୁତ୍ର ଶାମ୍ଵ ଚନ୍ଦ୍ରଭାଗାରେ ବୁଡ଼ ପକାଇ ରୋଗମୁକ୍ତ ହୋଇଥିଲେ।

Comment