ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀକ୍ଷେତ୍ର ପୁରୀର ଐତିହ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନାର ବାର୍ତ୍ତା ନେଇ ଗୁରୁବାର ସକାଳେ ଏକ ମିନି ମାରାଥନ ଆୟୋଜିତ ହୋଇଛି। ବିପର୍ଯ୍ୟୟରୁ ଐତିହ୍ୟକୁ ରକ୍ଷା କରିବା ସହ ନିଜେ ସୁରକ୍ଷିତ ରହିବାକୁ ବାର୍ତ୍ତା ଦେବା ଏହି ମାରାଥନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ମାରାଥନରେ ପ୍ରାୟ ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ଥିଲେ।

କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେl ଏନଡିଆରଏଫ୍‌ ଦ୍ୱାରା ଏହି ମିନି ମାରାଥନ ଆୟୋଜନ ହୋଇଥିଲା ବେଳେ ଜିଲ୍ଲା ପ୍ରଶାସନ ଏହାକୁ ପରିଚାଳନା କରିଥିଲା।l ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂ ଏଥିରେ ଯୋଗ ଦେଇଥିଲେ। ତାଳବଣିଆ ସ୍ପୋର୍ଟ୍ସ ଗ୍ରାଉଣ୍ଡରୁ ଶୁଭାରମ୍ଭ ହୋଇଥିବା ଏହି ମାରାଥନ ମଙ୍ଗଳା ନଦୀ ମୁହାଣରେ ଶେଷ ହୋଇଥିଲା।

‘‘ବିଗତ ଦିନରେ ପୁରୀ ବହୁ ବିପର୍ଯ୍ୟୟର ସାମ୍ନା କରିଛି। ବହୁ ବାଧାବିଘ୍ନ ସତ୍ତ୍ୱେ ପୁରୀ ଆଗକୁ ବଢ଼ୁଛି। ଏହି ମାରାଥନ ମଧ୍ୟ ବାର୍ତ୍ତା ଦେଉଛି ଯେ ଯେତେ ସମସ୍ୟା ହେଉ ଆମେ ସବୁବେଳେ ଆଗକୁ ବଢ଼ିବା’’, କହିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା।

Comment