ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ପାକିସ୍ତାନ ହଲ୍‌କ’ ନାଁରେ ସାରାବିଶ୍ୱରେ ପରିଚିତ ୨୭ ବର୍ଷୀୟ ଅରବାବ୍‌ ଖିଜର ହୟାତ ବିବାହ ପାଇଁ ଝିଅ ଖୋଜୁଛନ୍ତି। ମାତ୍ର ଏମିତି ସେମିତି ଝିଅ ନୁହେଁ ବିବାହ ପାଇଁ ତାଙ୍କର ହେଭିଓ୍ୱେଟ ଝିଅ ଦରକାର। ହୟାତଙ୍କ ଓଜନ ୪୪୪ କେଜି ହୋଇଥିବାରୁ ସେ ବିବାହ ପାଇଁ ୧୦୦ କେଜି ଥିବା ହେଭିଓ୍ୱେଟ ଝିଅ ଖୋଜୁଛନ୍ତି।

ପୂର୍ବରୁ ହୟାତ୍‌ ୩୦୦ ଝିଅଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। ହୟାତଙ୍କର ଉଚ୍ଚତା ୬ ଫୁଟ୍‌ ୬ ଇଞ୍ଚ୍। ତେଣୁ ତାଙ୍କୁ ସେ ଉଚ୍ଚତାର ଝିଅ ମଧ୍ୟ ଦରକାର। ଏମିତି ହେଲେ ଯୋଡ଼ି ଠିକ୍‌ ରହିବ ବୋଲି ହୟାତ କହନ୍ତି।

ହୟାତ ହେଉଛନ୍ତି ପାକିସ୍ତାନର ସବୁଠୁ ଓଜନଦାର ଭାରୋତ୍ତଳନକାରୀ। ପ୍ରତିଦିନ ସକାଳେ ସେ ୩୬ଟି ଅଣ୍ଡା ଖାଆନ୍ତି। ଦିନ ସାରା ୩ କେଜି ମାଂସ, ଭାତ, ରୁଟି ସହିତ ୫ ଲିଟର କ୍ଷୀର ପିଅନ୍ତି।

ପାକିସ୍ତାନରେ ସେ କୌଣସି ସେଲିବ୍ରିଟଙ୍କଠାରୁ କମ୍‌ ନୁହନ୍ତି। ତାଙ୍କୁ ଦେଖିବାକୁ ଓ ତାଙ୍କ ସେଲଫି ନେବାକୁ ଲୋକଙ୍କ ଭିଡ଼ ଜମେ।

Comment