ଓଡ଼ିଶାଲାଇଭ୍ ବ୍ୟୁରୋ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବେଙ୍ଗାଳୁରୁରେ ୪ଟି ପାର୍ଟ ଟାଇମ୍ ମେଡିକାଲ କନ୍ସଲଟାଣ୍ଟ୍ ପଦବୀରେ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି।
- ଏହି ୪ଟି ପଦ ମଧ୍ୟରୁ ଗୋଟିଏ ଲେଖାଏଁ ଏସ୍ସି, ଏସ୍ଟିଙ୍କ ପାଇଁ ଏବଂ ୨ଟି ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ। ଏହି ନିଯୁକ୍ତି ଚୁକ୍ତିଭିତ୍ତିକ।
- ଇଚ୍ଛୁକ ପ୍ରାର୍ଥୀମାନେ ଜାନୁଆରି ୨୪ ତାରିଖ ଯାଏଁ ଆବେଦନ କରିପାରିବେ।
ଶିକ୍ଷାଗତ ଯୋଗ୍ୟତା
- ଏମ୍ସିଆଇ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଯେକୌଣସି ୟୁନିଭର୍ସିଟିରେ ଏଲୋପାଥିକ ସିଷ୍ଟମ୍ ଅଫ୍ ମେଡିସିନ୍ରେ ଏମ୍ବିବିଏସ୍ କରିଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।
- ଜେନେରାଲ୍ ମେଡିସିନ୍ରେ ସ୍ନାତକୋତ୍ତର କରିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।
- ପ୍ରାର୍ଥୀଙ୍କର ମେଡିକାଲ୍ ପ୍ରାକ୍ଟିସନର୍ ଭାବେ ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
ଦରମା– ଘଣ୍ଟା ପ୍ରତି ୮୫୦ ଟଙ୍କା (ପ୍ରଥମ ୩ ବର୍ଷ ପାଇଁ)
ଆବେଦନ ପ୍ରକ୍ରିୟା
ଆବେଦନକାରୀମାନେ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଏବଂ ପ୍ରମାଣପତ୍ରକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ନିମ୍ନଲିଖିତ ଠିକଣାରେ ପଠେଇବ।କୁ ବିଜ୍ଞପ୍ତିରେ କୁହାଯାଇଛି।
ଦି ରିଜିଓନାଲ୍ ଡିରେକ୍ଟର୍, ହ୍ୟୁମାନ୍ ରିସୋର୍ସ ମ୍ୟାନେଜ୍ମେଣ୍ଟ ଡିପାର୍ଟମେଣ୍ଟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୧୦/୦୩/୦୮, ନୃପାଥୁଙ୍ଗା ରୋଡ୍, ବେଙ୍ଗାଳୁରୁ-୫୬୦୦୦୧
ଏହି ପଦବୀ ସମ୍ବନ୍ଧିତ ଯେକୌଣସି ତଥ୍ୟ ପାଇଁ www.rbi.org.in ଓ୍ଵେବ୍ସାଇଟ୍କୁ ଯାଆନ୍ତୁ।
















