ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରର କଳ୍ପନା ଛକ ନିକଟ ଫଳ ମାର୍କେଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଫଳରେ ୨୫ଟି ଫଳ ଦୋକାନ ଜଳି ପୋଡ଼ି ପାଉଁଶ ହେବା ସହ ଦୋକାନରେ ଥିବା ଫଳ ମଧ୍ୟ ନଷ୍ଟ ହୋଇଛି।

ଗୁରୁବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ। ନିଆଁର ପ୍ରକୋପ ଅଧିକ ଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବାକୁ ବହୁ ସମୟ ଲାଗିଥିଲା।

ଅନେକ ଚେଷ୍ଟା ପରେ ନିଆଁକୁ ଲିଭାଇବାରେ ସଫଳ ହୋଇଥିଲେ ଅଗ୍ନିଶମ କର୍ମଚାରୀ। ଫଳ ମାର୍କେଟରେ କେମିତି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡିନି।

Comment