ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ମହାରଥୀଙ୍କୁ ବିବାହ କରିବେ ଅଭିନେତା ଅର୍ଦ୍ଧେନ୍ଦୁ। ସୋସିଆଲ ମିଡିଆରେ ଛାଡ଼ିଲେ ରିଙ୍ଗ୍‌ ସେରେମୋନି ଫଟୋ।

ସରିଲା ନିର୍ବନ୍ଧ। ଖୁବ୍‌ଶ୍ରୀଘ୍ର ହାତକୁ ଦି ହାତ ହେବେ ଓଡ଼ିଆ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ। ଅର୍ଦ୍ଧେନ୍ଦୁଙ୍କର ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ମହାରଥୀଙ୍କ ସହ ନିର୍ବନ୍ଧ ହୋଇଛି। ପଲ୍ଲବୀ ପେସାରେ ଜଣେ ଡାକ୍ତର।

ଗୁରୁବାର ସନ୍ଧ୍ୟାରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ଏହି ନିର୍ବନ୍ଧ ସମାରୋହରେ ଓଲିଉଡର ଜଣାଶୁଣା କଳାକାରମାନେ ପହଞ୍ଚିଥିଲେ। ଯାହା ଅନୁମାନ ଭଭୟ ଫ୍ରେବୁଆରି ୧୪ ଭାଲେଣ୍ଟାଇନସ ଡେ’ରେ ବିବାହ କରିପାରନ୍ତି।

‘ବ୍ଲାକ୍‌ମେଲ୍‌’, ‘ଟପୋରୀ’ ଫିଲ୍ମରେ ଅର୍ଦ୍ଧେନ୍ଦୁଙ୍କୁ ଦର୍ଶକେ ଲିଡ୍‌ ରୋଲ୍‌ରେ ଦେଖିଥିଲେ। ‘ବ୍ଲାକ୍‌ମେଲ୍‌’ ଫିଲ୍ମରେ ଅଭିନେତ୍ରୀ ତମନ୍ନାଙ୍କ ସହ ‘ହାଏ ତୋ ପ୍ରେମର ରଙ୍ଗୋଲି’ରେ ଜବରଦସ୍ତ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଅର୍ଦ୍ଧେନ୍ଦୁ। ଗୀତଟି ମଧ୍ୟ ବେଶ୍‌ ଲୋକପ୍ରିୟତା ସାଉଣ୍ଟିଥିଲା।ardhendu

ନିକଟରେ ଅର୍ଦ୍ଧେନ୍ଦୁଙ୍କ ଆଉ ଏକ ଫିଲ୍ମ ‘ମୁଁ ପରଦେଶୀ ଚଢେଇ’ ରିଲିଜ ହୋଇଛି। ଯେଉଁଥିରେ ତାଙ୍କୁ ଓଲିଉଡ୍‌ର ଡାନ୍ସିଂ କୁଇନ୍‌ ଅନୁଭାଙ୍କ ସହ ଦେଖିବାକୁ ମିଳିଛି।

Comment