ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ଏୟାରପୋର୍ଟ ଛାତ ଭୁଶୁଡ଼ିବା ଘଟଣାରେ ୪ ଜଣ ଗିରଫ। ଠିକାଦାର ଦିଲ୍ଲୀପ ଖଟେଇଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୋଲିସ।

ଗିରଫ ଅଭିଯୁକ୍ତମାନେ ହେଲେ ଠିକାଦାର ଦିଲ୍ଲୀପ ଖଟେଇ, ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଏଜିଏମ୍‌ ଆଶିଷ ସରକାର ଓ ନିର୍ମାଣ କାମରେ ନିୟୋଜିତ ୨ ଜଣ ଇଂଜିନିୟର ଅଭିଳାଷ ସରକାର ଓ ଗୌତମ ରାୟ।

ଶୁକ୍ରବାର ରାତି ସାଢ଼େ ୧୧ଟାରେ ଭୁବନେଶ୍ୱର ବିମାନ ବନ୍ଦରର ଟିର୍ମନାଲ ୧ରୁ ୨କୁ ସଂଯୋଗ କରିବା ପାଇଁ ଲିଙ୍କ୍ ବିଲ୍ଡିଂ ନିର୍ମାଣ ଚାଲିଥିଲା। ଶୁକ୍ରବାର ହିଁ ଏହାର ଛାତ ପଡ଼ିଥିଲା। ତେବେ ରାତି ସାଢ଼େ ୧୧ଟାରେ ବି ନିର୍ମାଣ କାମ ଶେଷ ହୋଇ ନଥିଲା। କିଛି ଶ୍ରମିକ କାମ କରୁଥିବା ବେଳେ ହଠାତ୍‌ ଛାତ ଭୁଶୁଡ଼ି ପଡ଼ିଥିଲା।

ଛାତ ଭିତରେ କିଛି ଶ୍ରମିକ ଫସି ରହିଥିବା ଖବର ଆସିଲା। ଏୟାରପୋର୍ଟ ଥାନା ପୋଲିସ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ।

Comment