ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶରେ ରବିବାର ୭୧ ତମ ଗଣତନ୍ତ୍ର ଦିବସ ପାଳନ ହେବ। ଏଥିପାଇଁ ରାଜଧାନୀ ନୂଆଦିଲ୍ଲୀକୁ ଶନିବାରଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।

ଗଣତନ୍ତ୍ର ଦିବସର ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସର ୨୨ ହଜାର ଯବାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଛି। ଯବାନମାନେ ରାଜଧାନୀ ଦିଲ୍ଲୀର ପ୍ରତିଟି ସ୍ଥାନର ଆଇନ ଶୃଙ୍ଖଳା ଓ ସୁରକ୍ଷା ପ୍ରତି ଧ୍ୟାନ ଦେବେ। ଏଥିସହିତ ୪୮ଟି କେନ୍ଦ୍ରୀୟ ଅର୍ଦ୍ଧ-ସାମରିକ ବାହିନୀ ମଧ୍ୟ ରାଜଧାନୀ ଦିଲ୍ଲୀର ସୁରକ୍ଷାରେ ରହିଛନ୍ତି।ଏଥିସହିତ ରାଜପଥର ଦୁଇ ପାଖରେ ରହିଥିବା ସମସ୍ତ ସୁଉଚ୍ଚ କୋଠାକୁ ଦିଲ୍ଲୀ ପୋଲିସ୍  ଯାଞ୍ଚ କରିଛି। ସହରକୁ ପ୍ରବେଶ କରିବାକୁ ଥିବା ପ୍ରତିଟି ପ୍ରବେଶ ପଥରେ ପୋଲିସ୍ ମୂତୟନ କରାଯାଇଛି।

ବ୍ଲାକ୍ କମାଣ୍ଡୋମାନେ ଦିଲ୍ଲୀର ପ୍ରମୁଖ ସ୍ଥାନମାନଙ୍କରେ ନଜର ରଖିଛନ୍ତି। କେବଳ ରାଜଧାନୀ ଦିଲ୍ଲୀ ନୁହେଁ ଜମ୍ମୁ କଶ୍ମୀର ସହ ମୁମ୍ବାଇ, ଚେନ୍ନାଇ ଓ କୋଲକାତାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟି ଦିଆଯାଉଛି। ରେଳ ଷ୍ଟେସନ, ବସଷ୍ଟାଣ୍ଡ ଆଦି ମାନଙ୍କରେ ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଇ ଛଡ଼ାଯାଉଛି।

Comment