ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏହି ଅବସରରେ ମହାତ୍ମାଗାନ୍ଧୀ ମାର୍ଗଠାରେ ପରେଡ୍‌ ଆୟୋଜନ କରାଯିବ। ଏଥିପାଇଁ କମିସନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି।

ଜାଣନ୍ତୁ କ’ଣ ରହିଛି ଟ୍ରାଫିକ୍‌ ବ୍ୟବସ୍ଥା

ମହାତ୍ମାଗାନ୍ଧୀ ମାର୍ଗରେ କୌଣସି ଗାଡ଼ି ଯାତାୟତ କରିବ ନାହିଁ। ଜନପଥରେ ଟ୍ରାଫିକ୍‌ ସ୍ଵାଭାବିକ ଭାବେ ଚଳାଚଳ କରିବ। କିନ୍ତୁ ମାଷ୍ଟରକ୍ୟାଣ୍ଟିନ୍‌ଠାରୁ ମହାତ୍ମାଗାନ୍ଧୀ ମାର୍ଗକୁ କୌଣସି ଗାଡ଼ିକୁ ଯିବାକୁ ଅନୁମତି ଦିଆଯିବ ନାହିଁ।

ହାଉସିଂବୋର୍ଡରୁ ପିଏମ୍‌ଜି ପଟକୁ ଆସୁଥିବା ଗାଡ଼ିଗୁଡ଼ିକ ରବୀନ୍ଦ୍ରମଣ୍ଡପ ପୂର୍ବରୁ ବାମ ପଟକୁ ମୋଡ଼ କରିବେ।

ଏଜି ଛକରୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ଇନ୍ଦିରାଗାନ୍ଧୀ ପାର୍କ ପୂର୍ବରୁ ଡାହାଣକୁ ମୋଡ଼ କରିବ।

୧୨୦ ବାଟାଲିୟନ୍‌ରୁ ରବୀନ୍ଦ୍ରମଣ୍ଡପ ଚକ ଆଡ଼କୁ ଆସୁଥିବା ଗାଡ଼ିମାନେ ଏମ୍‌ଏଲ୍‌ଏ କଲୋନୀ ମୋଡ଼ରେ ବାମକୁ ଯିବେ।

ଗାଡ଼ିଗୁଡ଼ିକ ରେଲଓ୍ଵେଷ୍ଟେସନ୍‌ ପାଖ ବସ୍‌ଷ୍ଟାଣ୍ଡ ନିକଟ, ମାଷ୍ଟରକ୍ୟାଣ୍ଟିନ୍‌ କଂଗ୍ରେସ ଭବନ ପାଖରେ, ଇଡକଲ ଅଡିଟୋରିୟମ୍‌ ପାଖ ପଡ଼ିଆ, ଜୟଦେବ ଭବନ ଭିତରେ, ରବୀନ୍ଦ୍ରମଣ୍ଡପ ଭିତର ଓ ୟୁନିଟ୍‌ ୨ ବାଳିକା ଉଚ୍ଚ ବିଦ୍ୟାଳୟରେ ପାର୍କିଂ କରିପାରିବେ।

Comment