ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଡ଼ିଲା ୩୦ ଫୁଟ୍ ଲମ୍ବର ଜାତୀୟ ପତାକା। ରବିବାର ଗଣତନ୍ତ୍ର ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏହି ବିଶାଳ ପତାକାକୁ ଉତ୍ତୋଳନ କରିଛନ୍ତି କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ।ବହୁ ଦିନ ଧରି ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ପତାକା ଉଡ଼ାଇବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରି ଆସୁଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଏହି ଦାବି ପୂରଣ ହୋଇଛି। ଏହି ଜାତୀୟ ପତାକାର ଲମ୍ବ ୩୦ ଫୁଟ୍ ରହିଥିବାବେଳେ ଏହାର ଓସାର ରହିଛି ୨୦ ଫୁଟ୍। ସେହିପରି ଏହି ଜାତୀୟ ପତାକା ୧୦୫ ଫୁଟ୍ ଉଚ୍ଚ ଏକ ବିଶାଳ ଖୁଣ୍ଟ ଉପରେ ଉଡୁଛି। ଖୁଣ୍ଟର ଚାରିପାଖକୁ ସୁନ୍ଦର ଆଲୋକମାଳାରେ ସଜ୍ଜା ଯାଇଛି ଯାହା ରାତିରେ ଆହୁରି ସୁନ୍ଦର ଦେଖାଯିବ।

କିଟ୍ ବିଶ୍ୱବିଦ୍ୟାଳୟର ଜାତୀୟ ପତାକା ପରେ ଏହା ରାଜଧାନୀର ଦ୍ୱିତୀୟ ବୃହତ୍ତମ ଜାତୀୟ ପତାକା ବୋଲି କୁହାଯାଉଛି।

Comment