ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ୱିତୀୟ ଟି-୨୦ରେ ଟସ୍ ଜିତିଛି ନ୍ୟୁଜିଲାଣ୍ଡ ଦଳ। ଏହାପରେ କିୱି ଅଧିନାୟକ ୱିଲିମସନ୍ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି।
ରବିବାର ସୁପରସଣ୍ଡେର ସୁପର ସୋ’ରେ ମୁହାଁମୁହିଁ ହେଉଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ। ଭାରତ ପ୍ରଥମ ଟି-୨୦ରେ ଦମଦାର ବିଜୟ ହାସଲ କରିଛି। ଫଳରେ ସିରିଜରେ ଏବେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି।
ଅନ୍ୟପଟେ ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ୱିତୀୟ ମ୍ୟାଚରେ କମ୍ ବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ। ଦଳ ଏହି ମ୍ୟାଚରେ ବିଜୟ ଲାଭ କରିବା ସହ ସିରିଜକୁ ଫେରିବାକୁ ଲକ୍ଷ୍ୟ ରଖିଛି।


















