ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ସେକ୍ରେଟାରିଏଟ୍‌ରେ ୧୭ଟି ସିକ୍ୟୁରିଟି ଆସିଷ୍ଟାଣ୍ଟ ଗ୍ରେଡ୍‌-୨ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀ ଜାନୁଆରି ୩୦ ତାରିଖ ସୁଦ୍ଧା ଲୋକସଭା ସେକ୍ରେଟାରିଏଟ୍‌ରେ ପହଞ୍ଚିବେ। ଏହି ନିଯୁକ୍ତି ଜାତୀୟ ତଥା ରାଜ୍ୟସ୍ତରୀୟ ପୋଲିସ ବିଭାଗର କ୍ୟାବିନେଟ୍‌ ସେକ୍ରେଟାରୀ, ଇଣ୍ଟେଲିଜେନ୍ସ ବ୍ୟୁରୋରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ।

ଯୋଗ୍ୟତା     

ପେ ମାଟ୍ରିକ୍ସର ଲେଭେଲ୍‌-୬ ଅଫିସର୍‌

୫ ବର୍ଷର ଅଭିଜ୍ଞତା ସହ ପେ ମାଟ୍ରିକ୍ସର ଲେଭେଲ୍‌-୫ ଅଫିସର୍‌

୧୦ ବର୍ଷ ଅଭିଜ୍ଞତା ସହ ପେ ମାଟ୍ରିକ୍ସର ଲେଭେଲ୍‌-୫, ଲେଭେଲ୍‌-୪, ଲେଭେଲ୍‌-୩ ଅଫିସର୍‌ ହୋଇଥିବା ଆବଶ୍ୟକ।

ବୟସ ସୀମା– ୨୦୨୦ ଜାନୁଆରି ୩୦ ସୁଦ୍ଧା ୫୬ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତିମାନେ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା

ଆବେଦନକାରୀମାନେ ଆବେଦନପତ୍ର ପୂରଣ କରିବା ସହ ସେଥିରେ ସୂଚିତ ସମସ୍ତ ଦରକାରୀ କାଗଜପତ୍ର ଏବଂ ଫଟୋ ଆଦିକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ନିମ୍ନଲିଖିତ ଠିକଣାରେ ପଠାଇଦିଅନ୍ତୁ।

ରିକ୍ରୁଟ୍‌ମେଣ୍ଟ ବ୍ରାଞ୍ଚ, ଲୋକସଭା ଲେକ୍ରେଟାରୀଏଟ୍‌, ରୁମ୍‌ ନଂ-୫୨୧, ପାର୍ଲାମେଣ୍ଟ ହାଉସ୍‌ ଆନେକ୍ସ, ନିୟୁଦିଲ୍ଲୀ – ୧୧୦୦୦୧

ଏହି ବିଜ୍ଞପ୍ତି ସମ୍ବନ୍ଧିତ ଯେକୌଣସି ତଥ୍ୟ ପାଇଁ www.loksabha.nic.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment