ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛୋଟ ପିଲାମାନଙ୍କୁ ମିଠା ଖାଇବାକୁ ବେଶ୍‌ ପସନ୍ଦ କରିଥା’ନ୍ତି। ଏଥିପାଇଁ ପିଲାମାନଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ସେଓ ରାବିଡ଼ି।

ଗ୍ୟାସ୍‌ରେ ଗୋଟେ ପ୍ୟାନ୍‌ ବସାଇବେ। ଏବେ ଏଥିରେ ଗୋଟେ ଚାମଚ ଘିଅ ପକାଇବେ। ଏବେ ଏଥିରେ କାଜୁ ଆଉ କିସ୍‌ମିସ୍‌କୁ ଭାଜି କରି କାଢ଼ିଦେବେ।

ଏବେ ଗ୍ୟାସ୍‌ରେ ଆଉ ଗୋଟେ ପ୍ୟାନ୍‌ ବସାଇବେ। ଏବେ ଏଥିରେ ଗୋଟେ ଲିଟର କ୍ଷୀର ଫୁଟାଇବେ, କ୍ଷୀର ଯେତେବେଳେ ଅଧ ଲିଟର ହୋଇଯିବ ଏଥିରେ ୪ଟି ସେଓକୁ କୋରି ପକାଇବେ। ଏବେ ସ୍ଵାଦ ଅନୁସାରେ ଲୁଣ ପକାଇବେ। ଅଳ୍ପ ଟିକେ ଲୁଣ ମିଶାଇବେ।

ଭଲ ଭାବରେ ଫୁଟିଗଲେ ପାଞ୍ଚ ମିନିଟ୍‌ ପରେ ଓହ୍ଲାଇ ଦେବେ। ଏହାପରେ ଏଥିରେ କାଜୁ କିସ୍‌ମିସ୍‌ ପକାଇବେ। ଏବେ ପ୍ରସ୍ତୁତ ହୋଇଗଲା ସେଓ ରାବିଡ଼ି।

Comment