ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାରେ ମୃତାହତଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ଅଢ଼େଇ ଲକ୍ଷ ଟଙ୍କା ଦେବା ସହ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ହୋଇଛି।

ଠିକାଦାର ସଂସ୍ଥା ଦିଲ୍ଲୀପ କନଷ୍ଟ୍ରକସନ୍‌ ଏହି କ୍ଷତିପୂରଣ ଦେବ। ଠିକାଦାର ସଂସ୍ଥା ଯଦି ଏହି ଟଙ୍କା ନଦିଏ ତେବେ ବିମାନବନ୍ଦର କର୍ତ୍ତୃପକ୍ଷ ବିଲ୍‌ରୁ ଠିକା ସଂସ୍ଥାର ଟଙ୍କା କାଟିଦେବାକୁ ମାନବାଧିକାର କମିସନ କହିଛନ୍ତି।

ଏଥିସହିତ ଆସନ୍ତା ୧୧ ତାରିଖରେ ଠିକାସଂସ୍ଥା  ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଓଏଚ୍‌ଆସିରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି।

LEAVE A REPLY

Please enter your comment!
Please enter your name here