ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ
  • ଖୁବ୍‌ଶୀଘ୍ର ୪୨୫ ଶଯ୍ୟା ବିଶିଷ୍ଟ ଦ୍ୱିତୀୟ କ୍ୟାମ୍ପସ୍‌

କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନର କଳେବର ବଢ଼ିବ। କ୍ୟାନ୍‌ସର୍‌ ରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରତିଷ୍ଠା ହେବ ଦ୍ୱିତୀୟ କ୍ୟାମ୍ପସ୍‌। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।

କ୍ୟାନସର୍‌ ହସ୍ପିଟାଲର ବିଭିନ୍ନ ସମସ୍ୟାକୁ ନେଇ ମଙ୍ଗଳବାର ବସିଥିଲା ପରିଚାଳନା କମିଟି ବୈଠକ। ଏହି ବୈଠକରେ ହସ୍ପିଟାଲର  ବରିଷ୍ଠ ଅଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏବଂ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳ ଉପସ୍ଥିତ ଥିଲେ।

ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବୈଠକରେ ଦ୍ୱିତୀୟ କ୍ୟାମ୍ପସ୍‌ ପ୍ରତିଷ୍ଠା ଉପରେ ନିଷ୍ପତ୍ତି ହୋଇଥିଲା। ଏହାସହ ସିଟ୍‌ ସଂଖ୍ୟା ୪୨୫କୁ ବଢ଼ାଯିବ ବୋଲି ମନ୍ତ୍ରୀ କହିଥିଲେ।

ଏହି ହସ୍ପିଟାଲରେ ଖାଲି ପଡ଼ିଥିବା ଡାକ୍ତର, ପ୍ରଫେସର ଏବଂ ରେଡିଓଲୋଜିଷ୍ଟ ପଦବୀ ପୂରଣ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଖୁବ୍‌ଶୀଘ୍ର ଏହି ପଦବୀ ପୂରଣ ହେବ ବୋଲି ମନ୍ତ୍ରୀ କହିଥିଲେ।

Comment