ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଗ୍ରାମାଞ୍ଚଳ ଓ କଟକର କିଛି ଅଞ୍ଚଳରେ ବୁଧବାର ବିଦ୍ୟୁତ ସେବା ବନ୍ଦ ରହିବ। ବିଦ୍ୟୁତ ଜନିତ ମରାମତି କାମ ପାଇଁ ସେସୁ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ସେସୁର ସୂଚନା ଅନୁଯାୟୀ ବୁଧବାର ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଗ୍ରାମାଞ୍ଚଳର ସାଇ ବିହାର, ବାସୁଆଘାଇ, ବଣକୂଳ, ଟଙ୍କପାଣି ରୋଡ୍, ଏନସିସି ଅଫିସ୍ ପାଖ, ନାଗେଶ୍ୱର ଟାଙ୍ଗୀ ଅଞ୍ଚଳର ବିଦ୍ୟୁତ ସେବା ବନ୍ଦ ରହିବ।

ସେହିପରି କଟକର କୁଲେଇଲୋ ଅଞ୍ଚଳରେ ମଧ୍ୟ ସକାଳ ୮ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

Comment