ଓଡ଼ିଶାଲାଇଭ୍ ବ୍ୟୁରୋ

ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଆରମ୍ଭ ହୋଇଥିଲା କୁକୁଡ଼ା ମରା ଅଭିଯାନ। ପ୍ରଥମ ଦିନରେ ଓୟୁଏଟି ଫାର୍ମ ସମେତ ଏହାର ଗୋଟେ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ୯୧୫ଟି କୁକୁଡ଼ା ଓ ୭ଟି ବତକକୁ ମରାଯାଇଛି।
ଏଥିସହ ୪ହଜାର ୬୩୧ଟି ଅଣ୍ଡା, ୨ ହଜାର ୩୫୭ କିଲୋଗ୍ରାମ କୁକୁଡ଼ା ଖାଦ୍ୟ ଓ ଫାର୍ମର କୁକୁଡ଼ା ଖତକୁ ଗାତ ଖୋଳି ପୋତି ଦିଆଯାଇଛି। ପୋତିବା ସମୟରେ ଗାତରେ ବ୍ଲିଚିଂ ପାଉଡର ପ୍ରୟୋଗ କରିଥିଲେ।
କୁକୁଡ଼ା ମାରିବା ପାଇଁ ୭ଟି ରାପିଡ୍ ଟିମ୍ ନିୟୋଜିତ ହୋଇଥିଲେ। ବୁଧବାର ମଧ୍ୟ କୁକୁଡ଼ା ମରା ଅଭିଯାନ ଚାଲୁ ରହିବ।
















