ଓଡ଼ିଶାଲାଇଭ୍‌ ବ୍ୟୁରୋ  

ମୁମ୍ଵାଇରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ଦେଖିବାକୁ ମିଳିଛି। ଇସ୍କନ ପକ୍ଷରୁ ଏହି ରଥଯାତ୍ରା କରାଯାଇଛି। ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତିକୁ ବସାଇ ରଥ ଟଣା ଯାଉଛି। ମୁମ୍ଵାଇର ଶିବାଜୀ ପାର୍କରୁ ଆରମ୍ଭ ହୋଇଛି ଏହି ରଥଯାତ୍ରା। ଏନେଇ ଓଡ଼ିଶାରେ କଡ଼ା ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଏହାକୁ ସମାଲୋଚନା କରି ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ କହିଛନ୍ତି, “ଇସ୍କନମାନେ ହିନ୍ଦୁ ନୁହନ୍ତି, ସେମାନେ ଅଣହିନ୍ଦୁ। ବାହାରୁ ଟଙ୍କା ଆଦାୟ କରିବା ପାଇଁ ସେମାନ ଏମିତି କରୁଛନ୍ତି। ଧର୍ମ ନାଁରେ ସେମାନେ ଲୋକଙ୍କୁ ଠକୁଛନ୍ତି। ସେମାନେ ହିନ୍ଦୁ ଶାସ୍ତ୍ରର ବିରୋଧୀ।”

ଅଦିନ ରଥଯାତ୍ରା ନକରିବା ପାଇଁ ଗଜପତି ବାରମ୍ଵାର କହିଛନ୍ତି। ସେମାନଙ୍କ ସହ ଆଲୋଚନା କରାଯାଇ ଏହାକୁ ବାରଣ କରାଯାଇଛି। ବାରମ୍ଵାର ମନା ସତ୍ତ୍ଵେ ସେମାନେ ଏମିତି ମନଇଚ୍ଛା ରଥଯାତ୍ରା କରୁଛନ୍ତି। ରାଜ୍ୟ ସରକାର ଏଥିପ୍ରତି କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର।

ଏହାକୁ ନେଇ ଇସ୍କନ ନିଜ ପ୍ରତିକ୍ରିୟା ରଖି କହିଛି, “ଓଡ଼ିଶା ଇସ୍କନ ଚାହୁଁଛି ଗୋଟିଏ ଦିନରେ ରଥଯାତ୍ରା ହେଉ। ସେଠାକାର ସରକାର କାହିଁକି ପ୍ରୋତ୍ସାହନ ଦେଉଛନ୍ତି ସେମାନେ କହିବେ। ଆଜିର ରଥଯାତ୍ରା ନେଇ ସେମାନଙ୍କ ସହ କଥାବାର୍ତ୍ତା ଚାଲିଛି।”

LEAVE A REPLY

Please enter your comment!
Please enter your name here