ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋଦୀ ୨.୦ ସରକାରଙ୍କ ଦ୍ୱିତୀୟ ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ କହିଛନ୍ତି, ”ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ଦେଶରେ ବଢ଼ିଛି। ଆମେ ବିଶ୍ୱର ପଞ୍ଚମ ବଡ଼ ଅର୍ଥବ୍ୟବସ୍ଥା। ସରକାରଙ୍କ ଋଣ ଭାର ହ୍ରାସ ପାଇଛି। ଗତ ଦୁଇ ବର୍ଷ ମଧ୍ୟରେ ୬୦ ଲକ୍ଷ ନୂଆ କରଦାତା ଯୋଡ଼ି ହୋଇଛନ୍ତି।”

ଅତ୍ୟାଧୁନିକ ବିକାଶର ପୃଷ୍ଠଭୂମିରେ ଏହି ବଜେଟ ଉପସ୍ଥାପିତ ହୋଇଛି। ବଜେଟର ତିନୋଟି ମୁଖ୍ୟ ଦିଗ ରହିଛି। ‘ସବକା ସାଥ  ସବକା ବିକାଶ ସବକା ବିଶ୍ୱାସ’ ନେଇ ଆମେ କାର୍ଯ୍ୟ ସମ୍ପାଦନ କରୁଛୁ। ଅର୍ଥବ୍ୟବସ୍ଥାର ମୂଳଦୁଆ ଠିକ୍ ଅଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଭିତରେ ରହିଛି। ଆର୍ଥିକ ସଂସ୍କାର ଓ ସମାବେଶୀ ବିକାଶ ଆମର ବିଶେଷତ୍ୱ।

ଏହି ବଜେଟ ଆୟ ସୁନିଶ୍ଚିତ କରିବ। ଜିଏସ୍‌ଟିର ମୁଖ୍ୟ ସ୍ଥପତି ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସୀତାରମଣ।

ଜିଏସଟି ଦର କମିବା ଫଳରେ ମାସିକ ପାରିବାରିକ ଖର୍ଚ୍ଚରେ ୪ ପ୍ରତିଶତ ବଞ୍ଚା ଯାଇପାରିଛି। ଏପ୍ରିଲ ପହିଲାରୁ ଜିଏସ୍‌ଟ ର ନୂଆ ସରଳ ବିବରଣୀ ପ୍ରଣାଳୀ ଆରମ୍ଭ ହେବ। ବଜେଟର ତିନୋଟି ମୁଖ୍ୟ ଦିଗ ରହିଛି। ଏକ,ସମସ୍ତଙ୍କୁ ସାଥିରେ ନେଇ ଚାଲିବା। ଦୁଇ,ଡିଜିଟାଲ ଆନ୍ଦୋଳନ ଓ ତିନି, ଏହି ବଜେଟ ପ୍ରତ୍ୟେକ ନାଗରିକର ଜୀବନକୁ ସହଜ କରିବା ପାଇଁ ଲକ୍ଷ୍ୟ ରଖିଛି। ବଜେଟ ଭାଷଣ ପ୍ରଦାନ ସମୟରେ ନିର୍ମଳା ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଏକ କବିତା ଶୁଣାଇଥିଲେ।

LEAVE A REPLY

Please enter your comment!
Please enter your name here