ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ପର୍ଯ୍ୟଟନର ବିକାଶ ପାଇଁ ଖର୍ଚ୍ଚ ହେବ ଅଢ଼େଇ ହଜାର କୋଟି ଟଙ୍କା। ଏନେଇ ଶନିବାର ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ସେ କହିଛନ୍ତି ଯେ ପର୍ଯ୍ୟଟନ କ୍ଷେତ୍ରରେ ଭାରତ ଏବେ ୬୫ ନମ୍ବର ରାଙ୍କରୁ ଉଠି ୩୪ ତମ ରାଙ୍କରେ ପହଞ୍ଚିଛି। ଆଗାମୀ ଦିନରେ ଏହି ରାଙ୍କକୁ ଆହୁରି ଆଗକୁ ନେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସାରା ଦେଶରେ ପର୍ଯ୍ୟଟନର ବିକାଶ ପାଇଁ ସରକାର ଅନେକ ଯୋଜନା କରିଛନ୍ତି।କେନ୍ଦ୍ର ଅର୍ଥମନ୍ତ୍ରୀ ନିଜର ବଜେଟ୍ ଅଭିଭାଷଣ ରଖିବା ସମୟରେ ଦେଶର ପାଞ୍ଚଟି ସ୍ଥାନରେ ସଂଗ୍ରହାଳୟ ନିର୍ମାଣ ହେବା ନେଇ ମଧ୍ୟ ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶର ହସ୍ତୀନାପୁର, ଆସାମର ଶିବସାଗର, ଗୁଜରାଟର ଧୋଲାବିରା, ତାମିଲନାଡୁର ଆଦିଚନଲ୍ଲୁର ସହ ହରିୟାଣାର ରାଖିଗଢ଼ରେ ପାଞ୍ଚଟି ସଂଗ୍ରହାଳୟ ଗଠନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିଜର ଅଭିଭାଷଣରେ କହିଛନ୍ତି।

ଏଥିସହିତ ରାଞ୍ଚିରେ ଏକ ଜନଜାତି ସଂଗ୍ରହାଳୟ ଓ ଗୁଜରାଟର ଅହମ୍ମଦାବାଦରେ ସାମୁଦ୍ରିକ ସଂଗ୍ରହାଳୟ ପ୍ରତିଷ୍ଠା ହେବା ନେଇ ସୀତାରମଣ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here