ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୧୨ରେ ଓଡ଼ିଶା ଆସିବେନି ଗୃହମନ୍ତ୍ରୀ ଅମିତ ଶାହ। ଶାହ କାହିଁକି ତାଙ୍କ କାର୍ଯ୍ୟକ୍ରମ ବାତିଲ କଲେ ତାହା ଜଣାପଡ଼ିନି। ପୁଣି କେବେ ସେ ଓଡ଼ିଶା ଆସିବେ ତାହା ମଧ୍ୟ ସ୍ପଷ୍ଟ ହୋଇନି।
ଫେବ୍ରୁଆରି ୧୨ ତାରିଖରେ ଲୋକସେବା ଭବନରେ ପୂର୍ବାଞ୍ଚଳ ପରିଷଦର ବୈଠକ ବସିବ। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ପ୍ରମୁଖ ଯୋଗଦେବେ।
ଏହି ବୈଠକରେ ଯୋଗଦେବା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥାନ୍ତେ।


















