ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ ଜିଙ୍କ୍‌ନଗରସ୍ଥିତ ନବୋଦୟ ବିଦ୍ୟାଳୟରେ ୨ ମହିଳା ମାଟ୍ରନ୍‌ଙ୍କ ନିଯୁକ୍ତି ସୁଯୋଗ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରି ୧୮ରେ ଏନେଇ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ କରାଯିବ। ଏହି ନିଯୁକ୍ତି ୧୦ ମାସ ପାଇଁ ସଂପୂର୍ଣ୍ଣ ରୂପେ ଚୁକ୍ତିଭିତ୍ତିକ।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଅତିକମ୍‌ରେ ଦଶମ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ।

ବୟସସୀମା

୨୦୨୦ ଫେବ୍ରୁଆରି ୩ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ୩୫ରୁ ୫୦ ବର୍ଷ ବୟସ ହୋଇଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା

ପ୍ରାର୍ଥୀମାନେ ନବୋଦୟ ବିଦ୍ୟାଳୟର ଓ୍ଵେବ୍‌ସାଇଟ୍‌ରୁ ଆବେଦନପତ୍ର ଡାଉନ୍‌ଲୋଡ୍‌ କରିପାରିବେ କିମ୍ବା ଫେବ୍ରୁଆରି ୧୭ ତାରିଖ ଯାଏଁ ସିଧାସଳଖ ଏହି ବିଦ୍ୟାଳୟରୁ ଅଫିସ୍‌ ସମୟ ସୀମା ମଧ୍ୟରେ ଆଣିପାରିବେ। ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା ଏବଂ ସମସ୍ତ ଦରକାରୀ ସାର୍ଟିଫିକେଟ୍‌ ସହ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ।

ଇଣ୍ଟରଭ୍ୟୁ ଠିକଣା

ଜବାହର ନବୋଦୟ ବିଦ୍ୟାଳୟ, ଜିଙ୍କନଗର, ସୁନ୍ଦରଗଡ଼

ଇଣ୍ଟରଭ୍ୟୁ ସମୟ

୨୦୨୦ ଫେବ୍ରୁଆରି ୧୮ ସକାଳ ୧୦ଟାରୁ ଦିନ ୧.୩୦

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ www.sundargarh.nic.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

ସୌଜନ୍ୟ – ଚାକିରି ପ୍ଲସ୍‌

Comment