ଓଡ଼ିଶାଲାଇଭ୍ ବ୍ୟୁରୋ

କୋରୋନା ଭାଇରସର ଭୟ ଅଲମ୍ପିକ୍ସ ଖେଳକୁ ବି ଘାରିଛି। ଅଲମ୍ପିକ୍ସ ମହାକୁମ୍ଭକୁ ସମସ୍ତଙ୍କର ଅପେକ୍ଷା ରହିଥିବା ବେଳେ ଏବେ ଚୀନର ଏହି ଭାଇରସ ଆୟୋଜକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।

ଜାପାନ ରାଜଧାନୀ ଟୋକିଓଠାରେ ୨୦୨୦ ଅଲମ୍ପିକ୍ସ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି। ଟୋକିଓ ଅଲମ୍ପିକ୍ସ ପାଇଁ ଆଉ ମାତ୍ର ଛଅ ମାସ ବାକି ଥିବା ବେଳେ ଖେଳର ମୁଖ୍ୟ ଆୟୋଜକ କୋରୋନା ଜନିତ ସମସ୍ୟାକୁ କିଭଳି ସାମ୍ନା କରିବେ ତାର ବାଟ ପାଉନାହାନ୍ତି। ଇତିମଧ୍ୟରେ ଟୋକିଓ ଅଲିମ୍ପିକ୍ସର ସିଇଓ ତୋଷିରୋ ମ୍ୟୁଟୋ ଓ ଅଲିମ୍ପିକ କମିଟିର ସଭ୍ୟଙ୍କ ମଧ୍ୟରେ ଏନେଇ କଥାବାର୍ତ୍ତା ହୋଇଛି।

ମ୍ୟୁଟୋ କହିଛନ୍ତି ଯେ ଯେତେ ଶୀଘ୍ର ସମ୍ଭବ ଏହି ରୋଗକୁ କାବୁ କରାଯିବା ଆବଶ୍ୟକ। ତାହା ନହେଲେ ଖେଳ ଉପରେ ଏହା ଅସମ୍ଭବ ରକମର ପ୍ରଭାବ ପକାଇବ। ଟୋକିଓ ଅଲିମ୍ପିକ୍ସ ଭିଲେଜରେ ୧୧ ହଜାର ଖେଳାଳି ରହିବେ। ଏହି ବିଷୟକୁ ନେଇ ଟୋକିଓର ମେୟର ବି ଚିନ୍ତା ପ୍ରକଟ କରିଛନ୍ତି। ଯଦିଓ କୋରୋନା ଭାଇରସରେ ଜାପାନର କେହି ଆକ୍ରାନ୍ତ ହୋଇନାହାନ୍ତି, ଚୀନରେ ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ପ୍ରାୟ ୫ ଶହ ଲୋକ ପ୍ରାଣ ହରାଇ ସାରିଲେଣି।

LEAVE A REPLY

Please enter your comment!
Please enter your name here