ଓଡ଼ିଶାଲାଇଭ୍‌ ବ୍ୟୁରୋ 

ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଗଲେ ୪ ପର୍ଯ୍ୟଟକ। ହେଲେ ସେଠାରେ ଉପସ୍ଥିତ ଥିବା ଲାଇଫ୍‌ଗାର୍ଡ ନିଜ ଜୀବନକୁ ବାଜି ଲଗାଇ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଚୈତନ୍ୟ ଛକ ସମୁଦ୍ର ବେଳାଭୂମି ନିକଟରେ। ବର୍ତ୍ତମାନ ୪ ପର୍ଯ୍ୟଟକ ସୁସ୍ଥ ଥିବା ଜଣାପଡ଼ିଛି।

୪ ଜଣ ପର୍ଯ୍ୟଟକ ହେଉଛି ପଶ୍ଚିମବଙ୍ଗର। ସେମାନେ ହେଲେ ଗୋବିନ୍ଦ ଧରା ଓ ତାଙ୍କ ପତ୍ନୀ ତନୁଶ୍ରୀ ଧରା। ଅନ୍ୟ ଦୁଇଜଣ ହେଲେ ବାବୁଲା ମାଲାକାର ଓ ତାଙ୍କ ପତ୍ନୀ ଜୁମା ମାଲାକାର। ଉଦ୍ଧାର ହେବା ପରେ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି।

ଆଜି ପୁରୀ ସମୁଦ୍ରରେ ୪ ଜଣ ବଙ୍ଗୀୟ ପର୍ଯ୍ୟଟକ ଗାଧୋଉଥିଲେ। ହଠାତ ଏକ ବଡ଼ ଲହଡ଼ି ଯୋଗୁଁ ସେମାନେ ସମୁଦ୍ରରେ ବୁଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲାଇଫ୍‌ଗାର୍ଡ ଗଭୀର ସମୁଦ୍ରକୁ ଲମ୍ଫ ମାରି ୪ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଥିଲେ।

Comment