ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବିକିଲେ ଗୁପଚୁପ୍। ସାଥୀ ଖେଳାଳି ଆର୍ ପି ସିଂହ ଓ ପିୟୁଷ ଚାୱଲାଙ୍କୁ ମାଳଦ୍ୱୀପରେ ଗୁପଚୁପ୍ ବାଣ୍ଟି ଏବେ ଚର୍ଚ୍ଚାରେ ମାହି।

ବିଶ୍ୱକପ୍ ସେମିଫାଇନାଲ ପରଠାରୁ ଧୋନୀଙ୍କୁ ଜାତୀୟ ଦଳରେ ଦେଖିବାକୁ ମିଳିନାହିଁ। ଏହାପରେ ମଧ୍ୟ ସେ ବିଭିନ୍ନ ବିଷୟକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। କେତେବେଳେ ଆର୍ମି କ୍ୟାମ୍ପରେ ତ ଆଉ କେତେବେଳେ ଟିମ୍ ଇଣ୍ଡିଆ ଡ୍ରେସିଂ ରୁମରେ ପହଞ୍ଚି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ଏବେ ସେହିଭଳି ମାହିଙ୍କ ଗୁପଚୁପ୍ ବିକିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଧୋନୀ ନିଜେ ଗୁପଚୁପରେ ଆଳୁ ଭର୍ତ୍ତି କରି ଖଟା ପାଣି ସହିତ ଏହାକୁ ତାଙ୍କର ସାଥୀ ଖେଳାଳିଙ୍କୁ ଦେଉଛନ୍ତି। ଏହି ସମୟର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ବେଶ୍ ଲୋକପ୍ରିୟ ହୋଇଛି।

ବର୍ତ୍ତମାନ ଧୋନୀ ତାଙ୍କ ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଏହି ଅବସରରେ ତାଙ୍କର ଏହି ଭିଡିଓ ଭାଇରାଲ୍ ହେଇଛି।

Comment