ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ରେ ଆଉ ଜଣେ ଓଡ଼ିଆ ପୁଅଙ୍କ କମାଲ। ଫିଲ୍ମଫେୟାର ଆଓ୍ଵାର୍ଡ ପାଇବେ ଓଡ଼ିଆ ପୁଅ ନିହାର ରଞ୍ଜନ ସାମଲ। ୨୦୧୯ର ଶ୍ରେଷ୍ଠ ସାଉଣ୍ଡ ଡିଜାଇନର ଭାବେ ତାଙ୍କୁ ଏହି ଆଓ୍ଵାର୍ଡ ପ୍ରଦାନ କରାଯିବ। ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ’ ଫିଲ୍ମ ପାଇଁ ସେ ଏହି ଆଓ୍ଵାର୍ଡ ପାଇବେ।

୨୦୧୯ରେ ରିଲିଜ ହୋଇଥିବା ଉରି ଫିଲ୍ମ ବଲିଉଡ୍‌ ଜଗତରେ ମାଇଲଷ୍ଟୋନ ସୃଷ୍ଟି କରିପାରିଛି। ଏହି ଫିଲ୍ମରେ ନିହାରଙ୍କ ସାଉଣ୍ଡ ଡିଜାଇନିଂ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ନିହାରଙ୍କ ସହ ଦିପକ ବାନାର୍ଜୀଙ୍କୁ ମଧ୍ୟ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି।

୨୦୧୩ରେ ମାଡ୍ରାସ କାଫେ ଫିଲ୍ମ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାସହ ସେ ପଦ୍ମାବତ୍‌, ବାଜିରାଓ ମସ୍ତାନୀ, ପିକେ, ଥ୍ରୀ ଇଡିଏଟ୍‌, ସଞ୍ଜୁ, ଭିକି ଡୋନର, ତନୁ ଓ୍ଵେଡ୍ସ ମନୁ ଭଳି ଚଳଚ୍ଚିତ୍ରରେ ସାଉଣ୍ଡ ଡିଜାଇନ ଦେଇଛନ୍ତି। ୧୯୯୯ ମସିହାରେ ଓଡ଼ିଆ ଫିଲ୍ମ କୃଷ୍ଣା କାବେରୀରେ ମଧ୍ୟ ସେ ନିଜ ଦକ୍ଷତା ଦେଖାଇଥିଲେ।

ଯାଜପୁର ଜିଲ୍ଲାରେ ନିହାରଙ୍କ ଜନ୍ମ। ସେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସ୍ନାତକ ପାସ୍‌ କରିବା ପରେ ପୁନେର ଏଫ୍‌ଟିଆଇଆଇରୁ ସାଉଣ୍ଡ ରେକର୍ଡିଂରେ ଡିଗ୍ରୀ ହାସ କରିଥିଲେ। ଏହାପରେ ସେ ମୁମ୍ଵାଇରେ ଟେଲିଭିଜନ ଦୁନିଆରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

Comment