ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୧୫ରେ ଅନୁଷ୍ଠିତ ହେବ ଓପିଏସ୍‌ସି ପ୍ରିଲିମ୍‌ନାରି ପରୀକ୍ଷା। ଏନେଇ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫୩ଟି ପଦବୀ ପାଇଁ ଏହି ପରୀକ୍ଷା କରାଯିବ। ଏନେଇ ଆବେଦନ କରିଥିବା ପ୍ରାର୍ଥୀ ଓପିଏସ୍‌ସି ଓ୍ଵେବସାଇଟ୍‌ opsc.gov.in କୁ ଯାଇ ଅଧିକ ତଥ୍ୟ ଜାଣିପାରିବେ।

ପଦବୀ

  • ଓଡ଼ିଶା ଆଡମିନଷ୍ଟ୍ରେଟିଭ ସର୍ଭିସ (ଓଏଏସ୍‌), ଗ୍ରୁପ-ଏ – ୩୦ ପଦବୀ
  • ଓଡ଼ିଶା ପୋଲିସ ସର୍ଭିସ (ଓପିଏସ୍‌), ଗ୍ରୁପ-ଏ – ୦୯ ପଦବୀ
  • ଓଡ଼ିଶା ଫାଇନାନ୍ସ ସର୍ଭିସ (ଓଏଫ୍‌ଏସ୍‌), ଗ୍ରୁପ-ଏ – ୦୭ ପଦବୀ
  • ଓଡ଼ିଶା କୋପରେଟିଭ ସର୍ଭିସ (ଓସିଏସ୍‌), ଗ୍ରୁପ-ବି – ୦୫ ପଦବୀ
  • ଓଡ଼ିଶା ରେଭେନ୍ୟୁ ସର୍ଭିସ (ଓଆର୍‌ଏସ୍‌), ଗ୍ରୁପ-ବି – ୮୨ ପଦବୀ
  • ଓଡ଼ିଶା ଟେକ୍ସାସନ୍‌ ଓ ଆକାଉଣ୍ଟସ ସର୍ଭିସ, ଗ୍ରୁପ-ବି – ୨୦ ପଦବୀ

ଓପିଏସ୍‌ସି ପ୍ରିଲିମନାରି ପରୀକ୍ଷାର କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କୁ ଓପିଏସ୍‌ସି ମେନ୍‌ ପରୀକ୍ଷା ପାଇଁ ଡକାଯିବ।

Comment