ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ଯୁବକଙ୍କୁ ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ। ପୁରୀ ଜିଲ୍ଲା କଣାସ, ବେଣାଗାଁ ୟୁଜିଏମି ବିଦ୍ୟାଳୟ ସମ୍ମୁଖରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘଟଣା ସଂପର୍କରେ ଖବର ପାଇବା ପରେ କଣାସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ମୃତ ବ୍ୟକ୍ତି ହେଉଛନ୍ତି ବେଣାଗାଁର ରଘୁ ମହାନ୍ତି। ବୁଧବାର ବିଳିମ୍ବିତ ରାତିରେ ଏହି ଘଟଣା ଘଟିଛି। ରଘୁ ମହାନ୍ତିଙ୍କୁ ହତ୍ୟା କରିବା ପରେ ଦୁବୃର୍ତ୍ତ ତାଙ୍କ ମୃତଦେହକୁ ସ୍କୁଲ ସମ୍ମୁଖରେ ଫୋପାଡ଼ି ଦେଇଥିଲେ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି।

Comment