ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍ ଇଣ୍ଡିଆର ଚାରି ନମ୍ବର ବ୍ୟାଟ୍ସମ୍ୟାନ ଓ ଦକ୍ଷ ୱିକେଟ୍ କିପର ପାଇଁ ଯେଉଁ ଖାଲି ସ୍ଥାନ ଥିଲା ତାହା ପୂରଣ ହୋଇଛି।

ଟିମ୍ ଇଣ୍ଡିଆର ଚାରି ନମ୍ବର ବ୍ୟାଟ୍ସ ମ୍ୟାନ କିଏ ଏବଂ କିଏ ଧୋନୀଙ୍କ ଭଳି ବିଚକ୍ଷଣ ୱିକେଟ୍ କିପିଂ କରିପାରିବ?  ଏହି ଦୁଇଟି ପ୍ରଶ୍ନ ସବୁବେଳେ ଭାରତୀୟ କ୍ରିକେଟ୍ ଫ୍ୟାନମାନଙ୍କୁ ଅସୁବିଧାରେ ପକାଉଥିଲା। ହେଲେ ଏବେ ଏହି ଦୁଇ ପ୍ରଶ୍ନର ଉତ୍ତର ଖୋଜି ପାଇଛନ୍ତି ଟିମ୍ ଇଣ୍ଡିଆର ଫ୍ୟାନ୍।

ମହେନ୍ଦ୍ର ସିଂହ ଧୋନୀ ଦୀର୍ଘ ଦିନ ଧରି କ୍ରିକେଟରୁ ଦୂରେଇ ରହିଛନ୍ତି। ଫଳରେ ଟିମ୍ ଇଣ୍ଡିଆର ମଧ୍ୟମକ୍ରମ ବ୍ୟାଟିଂ ଲାଇନରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଏଥିସହିତ ୱିକେଟ୍ କିପିଂରେ ମଧ୍ୟ ଧୋନୀଙ୍କ ବିକଳ୍ପ ଖୋଜି ପାଇନି ଟିମ୍ ଇଣ୍ଡିଆ। ଏଭଳି ପରିସ୍ଥିତିରେ ଆୟାର ଓ ରାହୁଲ ଯୋଡ଼ି ଏହି ଶୂନ୍ୟସ୍ଥାନକୁ ପୂରଣ କରିବେ ବୋଲି କୁହାଯାଉଛି।ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆର ଚାରି ନମ୍ବର ବ୍ୟାଟ୍ସମ୍ୟାନ କ୍ଷେତ୍ରରେ ଯେଉଁ ଖାଲି ସ୍ଥାନ ଥିଲା ତାହାକୁ ଶ୍ରେୟାସ୍ ଆୟାର ନିଜର ଦକ୍ଷତା ବଳରେ ପୂରଣ କରିଛନ୍ତି। ଲଗାତାର ଚତ୍ମକାର ଇଂନିସ ସହିତ ସେ ନିଜର ନମ୍ବର ଚାରି ବ୍ୟାଟ୍ସମ୍ୟାନ ଭାବେ ପ୍ରମାଣିତ କରିସାରିଛନ୍ତି। ନିକଟ ଅତୀତରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ପ୍ରଥମ ଶତକ ମଧ୍ୟ ହାସଲ କରିନେଇଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଅଧିନାୟକ ଭାର ସମ୍ଭାଳୁଥିବା ଶ୍ରେୟାସ ଆୟାରଙ୍କ ଟିମ୍ ଇଣ୍ଡିଆର ଭବିଷ୍ୟତର କ୍ୟାପଟେନ୍ ବୋଲି ମଧ୍ୟ କେତେକ କ୍ରିକେଟ୍ ବିଶେଷଜ୍ଞମାନେ କହିବା ଆରମ୍ଭ କରିଦେଲେଣି।ସେହିପରି ଧୋନୀ କ୍ରିକେଟରୁ ଦୂରରେ ରହିବା ଏବଂ ତାଙ୍କ ସ୍ଥାନରେ ରିଷଭ ସଠିକ୍ ପ୍ରଦର୍ଶନ କରିନପାରିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଥିଲା। ଦଳ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ସହ ୱିକେଟ୍ କିପର ଖୋଜି ପାଉନଥିଲା। ଏପରି ପରିସ୍ଥିତିରେ ଦଳ କେ ଏଲ ରାହୁଲଙ୍କ ଭଳି ଜଣେ ଖେଳାଳିଙ୍କୁ ଖୋଜି ପାଇଛି। ଯିଏ କି ବ୍ୟାଟିଂରେ ଦମ୍ ଦେଖାଇବା ସହିତ ୱିକେଟ୍ କିପିଂରେ ମଧ୍ୟ ମାହିର।

ଟିମ୍ ଇଣ୍ଡିଆ ପାଇଁ ଏହି ଦୁଇ ଖେଳାଳି ଏବେ ବହୁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛନ୍ତି। ଜଣେ ଚାରି ନମ୍ବରରେ ଦଳ ପାଇଁ ବ୍ୟାଟିଂ କରୁଥିବାବେଳେ ଆଉ ଜଣେ ୱିକେଟ୍ କିପିଂ ସହ ପାଞ୍ଚ ନମ୍ବରରେ ବ୍ୟାଟିଂ କରିପାରୁଛନ୍ତି।

Comment