ଓଡ଼ିଶାଲାଇଭ୍‌ ବ୍ୟୁରୋ

OPSC ଅଧୀନରେ ବିଭିନ୍ନ ସରକାରୀ ଡିଗ୍ରୀ କଲେଜ୍‌ଗୁଡ଼ିକରେ ୬୦୬ଜଣ ଅଧ୍ୟାପକଙ୍କ ନିଯୁକ୍ତି ପାଇଁ  ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଫେବ୍ରୁଆରି ୮ରୁ ମାର୍ଚ୍ଚ ୨ ଯାଏଁ ଆବେଦନ କରିପାରିବେ।

  • ଓଡ଼ିଶା ଏଜୁକେସନ୍‌ ସର୍ଭିସର (OEC) ଗ୍ରୁପ୍‌-ଏର ବିଭିନ୍ନ ବିଭାଗରେ ଏହି ନିଯୁକ୍ତି ହେବ।
  • ଏହି ପଦବୀ ମଧ୍ୟରୁ ଏସ୍‌ଟିଙ୍କ ପାଇଁ ୧୩୬ଟି ପଦବୀ, ଏସ୍‌ସିଙ୍କ ପାଇଁ ୯୮ଟି ପଦବୀ, ଏସ୍‌ସିବିସିଙ୍କ ପାଇଁ ୬୬ଟି ପଦବୀ ଏବଂ ସାଧାରଣବର୍ଗଙ୍କ ପାଇଁ ୩୦୬ଟି ପଦବୀ ସଂରକ୍ଷିତ ରହିଛି।

ଶିକ୍ଷାଗତ ଯୋଗ୍ୟତା:

  • ନିଜ ବିଷୟରେ ଅତିକମ୍‌ରେ ୫୫% ମାର୍କ ସହ ସ୍ନାତକୋତ୍ତର ଡିଗ୍ରୀ କିମ୍ବା ସମକକ୍ଷକ ଡିଗ୍ରୀ ଏବଂ ସ୍ନାତକରେ ଅତିକମ୍‌ରେ ଦ୍ଵିତୀୟ ଶ୍ରେଣୀ ହାସଲ କରିଥିବେ।
  • ଏସ୍‌ସି/ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ଅତିକମ୍‌ରେ ୫୦% ମାର୍କ ସହ ସ୍ନାତକୋତ୍ତର ଡିଗ୍ରୀ କିମ୍ବା ସମକକ୍ଷକ ଡିଗ୍ରୀ ଏବଂ ସ୍ନାତକରେ ଅତିକମ୍‌ରେ ଦ୍ଵିତୀୟ ଶ୍ରେଣୀ ହାସଲ କରିଥିବେ।
  • ସ୍ନାତକୋତ୍ତର ଡିଗ୍ରୀ ଥିବା ପ୍ରାର୍ଥୀଙ୍କ ପାଇଁ ନିଜ ବିଷୟରେ ଏନ୍‌.ଇ.ଟି ବାଧ୍ୟତାମୂଳକ ଥିବାବେଳେ ପି.ଏଚ୍‌ ଡି ଡିଗ୍ରୀ ଥିବା ପ୍ରାର୍ଥୀଙ୍କ ପାଇଁ ଏହା ଆବଶ୍ୟକ ନୁହେଁ।

ବୟସ ସୀମା

  • ୨୦୨୦ ଜାନୁଆରି ୧ ତାରିଖ ସୁଦ୍ଧା ୨୧ରୁ ୪୮ ବର୍ଷ ହୋଇଥିବା ଆବଶ୍ୟକ।
  • ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି।

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନ ପତ୍ର ପୂରଣ କରିବା ସହ ସମସ୍ତ ଦରକାରୀ କାଗଜ ପତ୍ର, ଫଟୋ, ଦସ୍ତଖତ, ଟିପ ଚିହ୍ନ ଆଦିର ସ୍କାନକପି ଅପ୍‌ଲୋଡ୍‌ କରିବାକୁ ହେବ।

ଆବେଦନ ଶୁଳ୍କ– ୪୦୦ ଟଙ୍କା

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ opsc.gov.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment