ଓଡ଼ିଶାଲାଇଭ୍ ବ୍ୟୁରୋ

ରାଗିଗଲେ ଭାରତୀୟ କ୍ରିକେଟ୍ ଟିମର ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍ କ୍ୟାପେଟନ୍ କୋହଲି। ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ ବେଳେ ଡିଆରଏସର ବ୍ୟବହାରକୁ ନେଇ କୋହଲି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଛନ୍ତି।
ଶନିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ମ୍ୟାଚର ପ୍ରଥମ ଇଂନିସରେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରୁଥିଲା। ମ୍ୟାଚର ୧୭ ତମ ଓଭରରେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ହେନେରୀ ନିକୋଲସଙ୍କ ପ୍ୟାଡରେ ଏକ ବଲ୍ ବାଜିଥିଲା। ଭାରତୀୟ ଟିମ୍ ଏଥିପାଇଁ ଆଉଟ୍ ଅପିଲ୍ କରିଥିଲା। ଅମ୍ପାୟାର ବ୍ରୁସ୍ ଅକ୍ସନଫୋର୍ଡ ମଧ୍ୟ ଏହାକୁ ଆଉଟ୍ ଘୋଷଣା କରିଥିଲେ।
ଏହାପରେ କିନ୍ତୁ ଯାହା ଘଟିଲା ସେଥିରେ ରାଗିଯାଇଥିଲେ କ୍ୟାପଟେନ୍ କୋହଲି। ଅମ୍ପାୟାରଙ୍କ ଆଉଟ୍ ବିରୋଧରେ ନିକୋଲସ୍ ଡିଆରଏସ୍ ବ୍ୟବହାର କରିବାକୁ କହିଥିଲେ। ହେଲେ ସେତେବେଳକୁ ଡିଆରଏସ୍ ନେବାର ସମୟ ସରିଯାଇଥିଲା। ଡିଆରଏସ୍ ନେବାକୁ ୧୫ ମିନିଟ୍ ସମୟ ରହିଥିଲେ ମଧ୍ୟ ନିକୋଲସ ଏହି ସମୟ ସୀମା ପାର କରିସାରିଥିଲେ। ହେଲେ ଏହାପରେ ମଧ୍ୟ ସେ ଡିଆରଏସ୍ ନେବାକୁ କହିଥିଲେ। ଅମ୍ପାୟାର ମଧ୍ୟ ଏହାକୁ ବୈଧ ଘୋଷଣା କରିଥିଲେ। ଏହାପରେ ଡିଆରଏସ୍ ବ୍ୟବହାରକୁ ନେଇ କୋହଲି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା।

ନ୍ୟୁଜିଲାଣ୍ଡ ଖେଳାଳି ଡିଆରଏସ୍ ନେବା ପରେ ମଧ୍ୟ ତୃତୀୟ ଅମ୍ପାୟାର ଖେଳାଳିଙ୍କୁ ଆଉଟ୍ ଘୋଷଣା କରିଥିଲେ। ସେ ସମୟ ବେଳକୁ କିନ୍ତୁ କୋହଲିଙ୍କ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା ଚର୍ଚ୍ଚାର ବିଷୟ ପାଲଟି ସାରିଥିଲା।

Comment