ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କୋଣାର୍କ ଥାନା ଅନ୍ତର୍ଗତ ରାଉଳପାଟଣାର ନାୟକସାହି ଜଙ୍ଗଲରେ ଏକ ବୟସ୍କ ବ୍ୟକ୍ତଙ୍କ ମୃତଦେହ ଉଦ୍ଧାର ହୋଇଛି।

କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ମୃତଶରୀରକୁ ଉଦ୍ଧାର କରିଛନ୍ତି। ବ୍ୟକ୍ତି ଜଣକ କିଏ, କେଉଁଠି ତାଙ୍କ ଘର ତାହା ଜଣାପଡ଼ିନାହିଁ।

ଶନିବାର ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲରେ ଏକ ଆକାଶୀ ଗଛରେ ବ୍ୟକ୍ତି ଜଣକ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏହାପରେ କୋଣାର୍କ ଥାନାକୁ ଖବର ଦେଇଥିଲେ।

Comment