ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷାରେ ଭିଜିବା ପରେ ସୋମବାରଠାରୁ ଶୀତରେ ଥରିବ ଓଡ଼ିଶା। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରବିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ବର୍ଷାର ପରିମାଣ କମ୍ ହୋଇଯିବ। ଏହାପରେ ସୋମବାରଠାରୁ ରାଜ୍ୟରେ ଶୀତ ଲହରୀ ପୁଣିଥରେ ଆରମ୍ଭ ହୋଇଯିବ। ଶୀତ ସହ ଘନ କୁହୁଡ଼ି ପଡ଼ିବା ନେଇ ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସେହିପରି ରବିବାର ରାଜ୍ୟର ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏହି ସବୁ ଜିଲ୍ଲାମାନଙ୍କ ସହିତ ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଓ କେନ୍ଦ୍ରପଡ଼ା ଜିଲ୍ଲାରେ ମଧ୍ୟ ରବିବାର ହାଲକା ବର୍ଷା ହେବାର ସମ୍ଭାବନା ଅଛି।

Comment