ଓଡ଼ିଶାଲାଇଭ୍ ବ୍ୟୁରୋ

ଗରିବ ଲୋକଙ୍କୁ ପକ୍କାଘର ଆବଣ୍ଟନ କରିବାକୁ ନେଇ ପ୍ରତାପ ଜେନା ଘୋଷଣା କରିବା ପରେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ରବିବାର ସାମ୍ବିଦକ ସମ୍ମିଳନୀରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଏହାକୁ ନେଇ ପ୍ରଶ୍ନ ଉଠାଇବା ସହ ସରକାର ଉପରେ ବର୍ଷିଛନ୍ତି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବ୍ୟବହାର କରି ରାଜ୍ୟ ସରକାର ବାଃ ବାଃ ନେଉଛନ୍ତି। ସରକାର ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଏସବୁ ବନ୍ଦ କରିବାକୁ ସେ କହିଛନ୍ତି।

ଏଥିସହିତ ସେ ଆହୁରି ମଧ୍ୟ କହିଥିଲେ ଯେ ୨୦୧୬ରେ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ୧୦ଲକ୍ଷ ପକ୍କା ଘର ଦେଇଥିବା କହିଥିଲେ। ହେଲେ ବିଧାନସଭାରେ ମାତ୍ର ୫୭ ହଜାର ୫୩୮ଲୋକ ପକ୍କାଘର ପାଇଥିବା ଦର୍ଶାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ ପରିବର୍ତ୍ତନ ହେବାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ଆଗାମୀ ୩ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର ପକ୍କାଘର ବାଣ୍ଟିବେ ବୋଲି ମନ୍ତ୍ରୀ ପ୍ରତାପ ଜେନା ଘୋଷଣା କରିଥିଲେ। ବର୍ତ୍ତମାନ ଏହି ଘୋଷଣାକୁ ନେଇ ରାଜନୀତି ଜୋର୍ ଧରିଛି।

Comment