ଓଡ଼ିଶାଲାଇଭ୍ ବ୍ୟୁରୋ

ଚା’ ପିଇବା ପାଇଁ କିଛି ଲୋକ ପାଗଳ ପ୍ରାୟ ତ କିଛି ଲୋକଙ୍କର ଦିନ ଆରମ୍ଭ ହୋଇଥାଏ ଗୋଟେ କପ୍‌ ଚା’ରୁ। କିନ୍ତୁ ଖାଲିପେଟରେ ଚା’ ପିଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ଅବସାଦ: ଚା’ରେ ଅଧିକ ମାତ୍ରାରେ କାଫିନ୍ ଥାଏ। ଏହା ମସ୍ତିଷ୍କକୁ ଉତ୍ତେଜିତ କରିଥାଏ। ଖାଲି ପେଟରେ ଅଧିକ ଥର ଚା’ ପିଇଲେ ଅବସାଦ ପରି ସମସ୍ୟା ମୁଣ୍ଡ ଟେକେ।

ଅଲ୍ସର୍: କେତେକ ବ୍ୟକ୍ତି କଡ଼ା ଚା’ ପିଇବାକୁ ପସନ୍ଦ କରିଥାନ୍ତି। ସକାଳୁ ଖାଲି ପେଟରେ ଏପରି ଚା’ ପିଇବା ଦ୍ୱାରା ଧୀରେ ଧୀରେ ଅଲ୍ସର୍ ବା ପେଟରେ ଘା’ ହୋଇଥାଏ।

ହୃଦସ୍ପନ୍ଦନ: ଖାଲି ପେଟରେ ଚା’ ପିଇଲେ ହାର୍ଟ ବିଟ୍ ଜୋର୍ ହୋଇଥାଏ। ଯଦ୍ଵାରା ହୃଦରୋଗ ହେବାର ଆଶଙ୍କା ମଧ୍ୟ ଥାଏ।

ଗ୍ୟାସ ସମସ୍ୟା: ସକାଳେ ଖାଲି ପେଟରେ ଚା’ ପିଇଲେ ଶରୀର ଉପରେ ତାର କୁପ୍ରଭାବ ପଡ଼ିଥାଏ। ଗ୍ୟାସ୍ ସମସ୍ୟା ବୃଦ୍ଧି ହୋଇ ହଜମ ହୋଇନଥାଏ ।

ମୋଟାପଣ: ଚା’ ପିଇବା ଦ୍ୱାରା ଏଥିରେ ଥିବା ଶର୍କରା ମଧ୍ୟ ଶରୀର ମଧ୍ୟକୁ ଯାଇଥାଏ। ଯଦ୍ଵାରା ଓଜନ ବଢ଼ିଥାଏ ଏବଂ ମୋଟାପଣ ପରି ସମସ୍ୟା ଦେଖାଯାଏ।

ଗଣ୍ଠିରେ କଷ୍ଟ: ଚା’ ସେବନ କରିବା ଦ୍ୱାରା ହାଡ଼ରେ କଷ୍ଟ ଅନୁଭବ ହେବା ସହିତ ଦାନ୍ତ ମଧ୍ୟ ହଳଦିଆ ପଡ଼ିଯାଏ ।

Comment