ଓଡ଼ିଶାଲାଇଭ୍‌ ବ୍ୟୁରୋ  

ରାଜଧାନୀ ଭୁବନେଶ୍ଵରରେ ଯୁବତୀଙ୍କୁ ଗୁଳିମାଡ଼ ଘଟଣାରେ ଟ୍ଵିଷ୍ଟ। ବୟଫ୍ରେଣ୍ଡ ସହ ବନ୍ଧୁକରେ ଖେଳୁ ଖେଳୁ ଫୁଟିଥିଲା ଗୁଳି। ଜେରା ପରେ ସତ କଥା ସାମ୍ନାକୁ ଆସିଥିଲା। ଏହାପରେ ପୁରୁଷ ବନ୍ଧୁ ଆଶିଷ ନାୟକକୁ ଗିରଫ କରିଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ଅନୁପ ସାହୁ।

ବଜରଙ୍ଗୀବିହାରରେ ରହୁଥିବା ଯୁବତୀଙ୍କ ପାଖକୁ ଆସିଥିଲେ ଆଶିଷ। ସାଙ୍ଗରେ ବନ୍ଧୁକ ଆଣି ଯୁବତୀଙ୍କୁ ଦେଖାଇଥିଲେ। ବନ୍ଧୁକରେ ଉଭୟ ଖେଳୁଥିବା ବେଳେ ଗୁଳି ଫୁଟିଥିଲା। ଗୁଳି ଗୋଟିଏ ଜଙ୍ଘରେ ପଶି ଆରପଟେ ବାହାରି ଆର ଗୋଡ଼ରେ ପଶି ଯାଇଥିଲା।

ଅଭିଯୁକ୍ତ ପୁରୁଷ ବନ୍ଧୁ ନାଁରେ ପୂର୍ବରୁ ଅପରାଧିକ ରେକର୍ଡ ରହିଛି। ନୟାପଲ୍ଲୀ ବୋମାମାଡ଼ ଘଟଣାରେ ଆଶିଷ ଗିରଫ ହୋଇଥିଲା।

ସୋମବାର ଦିପହରରେ ଇନ୍‌ଫୋସିଟି ଅଞ୍ଚଳରେ ହଠାତ ଫୁଟିଥିଲା ଗୁଳି। ଏଥିରେ ଛାତ୍ରୀଙ୍କ ଦୁଇ ଜଙ୍ଘରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିଜ ଭୁଲକୁ ବଞ୍ଚାଇବାକୁ ଆଶିଷ ଏହି ନାଟକ ରଚିଥିଲା।

ଛାତ୍ରୀ ଜଣକ ହେଉଛନ୍ତି ବାଲେଶ୍ଵରର ସୋନାଲି ଦାସ। ସେ ଭୁବନେଶ୍ଵରରେ ରହି ଫ୍ୟାସନ ଡିଜାଇନିଂ ପଢୁଥିବା ସୂଚନା ମିଳିଛି। ଗୁଳିକାଣ୍ଡ ବେଳେ ଛାତ୍ରୀ ଜଣକ ତାଙ୍କ ପୁରଷ ବନ୍ଧୁଙ୍କ ସହ ଛିଡ଼ା ହୋଇଥିଲେ।

Comment