ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ମେଣ୍ଢାରାଜପୁର ନିକଟରେ ୧୧ କେଭି ବିଦ୍ୟୁତ ତାରରେ ବସ୍‌ ଲାଗି ୧୦ଜଣଙ୍କ ମୃତ୍ୟୁ ଘଟଣାରେ ଗିରଫ ହେଲା ଖଳନାୟକ ଡ୍ରାଇଭର। ବସ୍‌ ଚାଳକ ଗଗନ ବିହାରୀ ନାୟକକୁ ପୋଲିସ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ହେଲପରକୁ ମଧ୍ୟ ଅଟକ ରଖାଯାଇଛି। ଏନେଇ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ପ୍ରଭାତ କୁମାର ରାଉତରାୟ ସୂଚନା ଦେଇଛନ୍ତି।

ଦୁର୍ଘଟଣା ପରଠାରୁ ଉଭୟ ବସ୍‌ ଡ୍ରାଇଭର ଓ ହେଲପର ଫେରାର ଥିଲେ। ଡ୍ରାଇଭରକୁ ଗିରଫ ପରେ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୨୭୯, ୩୩୭, ୩୩୮ ଓ ୩୦୪ (a)ରେ ୪୩/୧୯ ନମ୍ବର ମାମଲା ରୁଜୁ କରିଛି ପୋଲିସ।

ଏହାସହ ଗ୍ରାମ୍ୟ ଉନ୍ନୟନ ଚିଫ ଇଂଜିନିୟର ଓ ସୁପେରିଟେଣ୍ଡିଂ ଇଂଜିନିୟର ଘଟଣା ସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ଅବହେଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ଗତ ୯ ତାରିଖରେ ଡଙ୍କଲପାଡୁ ଗାଁରୁ ୪୦ ଜଣ ଯାତ୍ରୀ ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେବା ପାଇଁ ଚିକରଦା ଗାଁକୁ। ହେଲେ ମେଣ୍ଡାରାଜପୁର ନିକଟରେ ବସ୍‌ରେ ଲାଗିଯାଇଥିଲା ୧୧ କେଭି ତାର। ଫଳରେ ବସ୍‌ ଭିତରେ ଥିବା ୧୦ ଜଣ ଯାତ୍ରୀ ଛଟପଟ ହୋଇ ପ୍ରାଣ ହରାଇଥିଲା ବେଳେ ୩୦ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରିଥିଲେ। ପରେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ୫ଟି ଆମ୍ଵୁଲାନ୍ସ ଘଟଣାସ୍ଥଳରେ ନିୟୋଜିତ ହୋଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ।

Comment