ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ନିର୍ବାଚନରେ ଖାଲି ପଡ଼ିଛି କଂଗ୍ରେସର ହାତ। ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ କୌଣସି ବି କଂଗ୍ରେସ ନେତା ଦିଲ୍ଲୀବାସୀ ଦିଲ୍ ଜିତିଥିବା ଲକ୍ଷ୍ୟ କରାଯାଉନି।

ମଙ୍ଗଳବାର ସକାଳୁ ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟଗଣନା କରାଯାଉଛି। ଟ୍ରେଣ୍ଡକୁ ଲକ୍ଷ୍ୟ  କଲେ ଦିଲ୍ଲୀର ୭୦ ବିଧାନସଭା ଆସନକୁ ବିଜେପି ଓ ଆପ୍ ନିଜ ନିଜ ମଧ୍ୟରେ ବାଣ୍ଟିନେବା ଭଳି ମନେ ହେଉଛି। ମଧ୍ୟାହ୍ନ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁସାରେ ଆପ୍ ପ୍ରାର୍ଥୀ ୫୭ଟି ସିଟରେ ଆଗୁଆ ଥିବାବେଳେ ବିଜେପି ପ୍ରାର୍ଥୀ ୧୩ଟିରେ ଆଗୁଆ ରହିଛନ୍ତି। ଅନ୍ୟପଟେ କଂଗ୍ରେସ ସମସ୍ତ ପ୍ରାର୍ଥୀ ନିର୍ବାଚନରେ ଫେଲ୍ ମାରିଥିବା ଭଳି ମନେ ହେଉଛି।କଂଗ୍ରେସର ଗଡ଼ ଭାବେ ଯେଉଁ ଦିଲ୍ଲୀ ପରିଚିତ ହେଉଥିଲା, ସେହି ଦିଲ୍ଲୀ ଏବେ କଂଗ୍ରେସ ଶୂନ୍ୟ ହେବାକୁ ଯାଉଛି। ଦିଲ୍ଲୀରେ କଂଗ୍ରେସ ୧୯୯୮ରୁ ୨୦୦୮ ପର୍ଯ୍ୟନ୍ତ ସରକାରରେ ରହିଥିଲା। କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତଙ୍କ ନେତୃତ୍ୱରେ ୧୯୯୮ ମସିହାରୁ ଦଳ ଲଗାତାର ତିନିଥର ମୁଖ୍ୟମନ୍ତ୍ରୀ ପଦ ହାତେଇଥିଲା। ଏହାପରେ ଆପର ଆବିର୍ଭାବ ହେବା ପରଠାରୁ କଂଗ୍ରେସ ପଛରେ ପଡ଼ିଯାଇଛି।

ଚଳିତ ଦିଲ୍ଲୀ ନିର୍ବାଚନରେ ମଧ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀରେ କେବଳ ବିଜେପି-ଆପ୍ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। କଂଗ୍ରେସର କୌଣସି ବିଧାୟକ ଠିକରେ ପ୍ରଚାର ମଧ୍ୟ କରିନଥିଲେ। ଏପରିକି କଂଗ୍ରେସ କୌଣସି ବରିଷ୍ଠ ନେତାଙ୍କୁ ମଧ୍ୟ ପ୍ରଚାର ମଇଦାନରେ ଦେଖିବାକୁ ମିଳିନଥିଲା।

Comment