ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଆଜି ଉଦ୍‌ଯାପିତ ହୋଇଛି ଅନ୍ତଃ ରାଜ୍ୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ। ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଇଣ୍ଡର ଷ୍ଟାଡିୟମରେ ଗତ ୭ ତାରିଖରୁ ଚାଲିଥିବା ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି ଶେଷ ହୋଇଛି।

ଉଦ୍‌ଯାପନୀ ଦିବସରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳର ଶୁଭାରମ୍ଭ କରିଥିଲେ। ବ୍ଲକ ଅଧକ୍ଷା ଦେବକୀ ନାୟକ, ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ, ତହସିଲଦାର ପ୍ରଦୀପ କୁମାର କର, ଜିଲ୍ଲା କଂଗ୍ରେସ ଆଦିବାସୀ ନେତା ଅଖିଳ ଭତରା, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳ ପ୍ରେମୀଙ୍କୁ ଉତ୍ସାହିତ କରିଥିଲେ।

ଏହି ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଜିଲ୍ଲା ସମେତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟର ୧୦ଟି ଦଳ ଅଂଶ ଗ୍ରହଣ କରିଥିଲେ। ଜଗଦଲପୁରର ସଲମନ ପାର୍ଟନର ଆୟୁଷ ଏବଂ ନବରଙ୍ଗପୁର ଚକ୍ରୀ ପାର୍ଟନର ବିକ୍ରାନ୍ତଙ୍କ ମଧ୍ୟରେ ସଂଘର୍ଷପୂର୍ଣ୍ଣ

ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ତେବେ ନବରଙ୍ଗପୁର ଦଳ ଜଗଦଲପୁର ଦଳକୁ ପରାସ୍ତ କରି ଗାମ୍ପିଅନ ହୋଇଥିଲା।  ଚମ୍ପିୟାନ ଦଳକୁ ଟ୍ରଫି ସମେତ ୧୨ହଜାର ୨୨୨ ଅର୍ଥ ରାଶି ଏବଂ ରନର୍ସଅପ ଦଳକୁ ଟ୍ରଫି ସମେତ ୮ହଜାର ୮୮୮ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏସ୍‌ ଚନ୍ଦ୍ରଶେଖର, ବିଶ୍ୱନାଥ ସିଂହ, ଟିଙ୍କୁ ଜୈନ ରିଫେରି ଦାୟିତ୍ୱ ତୁଲେଇ ଖେଳ ପରିଚାଳନା କରିଥିଲେ।

Comment