ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମି ବିବାଦକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ। ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଜାମପାଣି ଗାଁରେ। ତାଙ୍କୁ ସେହି ଗାଁରେ ଦୁଇ ଜଣ ବ୍ୟକ୍ତି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ଜାମପାଣି ଗାଁର ବାସିନ୍ଦା ତଥା ସେହି ଗାଁରେ ଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକଦେବ ମାର୍ଣ୍ଡି ଗତକାଲି ସନ୍ଧ୍ୟା ସମୟରେ ଘର ପାଖରେ ଥିବା ନିଜ ଜମିକୁ ଯାଇଥିଲା। ସେହି ସମୟରେ ପଡ଼ୋଶୀ ମଦନମୋହନ ମୁର୍ମୁ ଏବଂ ତାଙ୍କ ପୁଅ ଲାଲମୋହନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। କୌଣସି କାରଣରୁ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ମଦନମୋହନ ଏବଂ ତାଙ୍କ ପୁଅ ଲାଲମୋହନ ତାଙ୍କ ଉପରେ ଆକ୍ରମଣ କରିଥିଲେ।

କୁରାଢ଼ିରେ ଆକ୍ରମଣ ପରେ ଘଟଣାସ୍ଥଳରେ ଶୁକଦେବଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଖବର ପାଇ ଗୋରୁମହିଷାଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି।

Comment