ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ମଙ୍ଗଳବାର ଓଡ଼ିଶାରେ ବିମ୍‌ଷ୍ଟେକ୍‌ର ଦ୍ଵିତୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପ୍ରସ୍ତୁତି ଆରମ୍ଭ ହୋଇଛି। କୋଣାର୍କର ରାମଚଣ୍ଡୀ କୁଷଭଦ୍ରା ନଦୀ ମୁହାଣରେ ୩ ଦିନ ବ୍ୟାପି ହେବ ଏହି ଦ୍ଵିତୀୟ ବିମଷ୍ଟେକ୍‌ ସମ୍ମିଳନୀ। ଏହି କାର୍ଯ୍ୟକ୍ରମରେ ୭ଟି ଦେଶର ସଦସ୍ୟ ସାମିଲହେବାର କାର୍ଯ୍ୟକ୍ରମ ରହିଛି।

ଚଳିତ ବର୍ଷ କୋଣାର୍କରେ ଏହି କାର୍ଯ୍ୟକ୍ରମ ଅୟୋଜନ ହେଉଥିବାରୁ ରାମଚଣ୍ଡୀ କୁଶଭଦ୍ରା ନଦୀ ମଧ୍ୟରେ କୋଣାର୍କର ୫ଟି ଗାଁକୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଏନଡିଆରଏଫ ଟିମ୍‌ ଉଦ୍ଧାର କରାଯାଇପାରିବା ସେନେଇ ସ୍ଵତନ୍ତ୍ର ଅଭ୍ୟାସ ଆରମ୍ଭ ହୋଇଛି। ୧୫ ଦିନ ପୁର୍ବରୁ ଏନଡିଆରଏଫର ବରିଷ୍ଠ ଅଧିକାରୀମାନେ ପହଁଚି ଅଭ୍ୟାସ ଆରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରଏ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଓଡିଆରଏଫ୍ ଟିମ୍‌ ସହ ପଡୋଶୀ ଦେଶ ବାଂଲାଦେଶ, ଭାରତ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ତ, ନେପାଳ ଓ ଭୁଟାନ ଭଳି ଦେଶରର ସ୍ଵତନ୍ତ୍ର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଟିମ୍‌ ସାମିଲ ହେବେ।

ଏହାର ମୁଖ୍ୟ ଲକ୍ଷ୍ୟ ବିଶ୍ଵସ୍ତରରେ ଏନଡିଆରଏଫର କାର୍ଯ୍ୟ ଦକ୍ଷତାକୁ ପଦର୍ଶିତ କରିବା ସହ ପଡ଼ୋଶୀ ଦେଶ ସହ ମିଳିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବଲା କରିବା। ଏହି କାର୍ଯ୍ୟକ୍ରମ ରାମଚଣ୍ଡୀ ବେଳାଭୂମୀରେ ୧୧ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲୁରହିବ।

Comment