ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଗଠନ ହେଲା ଓବିସି କମିସନ। ରାଜ୍ୟ ସରକାର ଏହି କମିସନ ଗଠନ କରିଛନ୍ତି। ଏହି କମିସନରେ ଜଣେ ଅଧ୍ୟକ୍ଷ, ୩ ଜଣ ସଦସ୍ୟ ଏବଂ ଜଣେ ସଦସ୍ୟ ସଚିବଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।

ଜଷ୍ଟିସ୍‌ ରଘୁନାଥ ବିଶ୍ୱାଳଙ୍କୁ ଓବିସି କମିସନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ପ୍ରଫେସର ନବନୀତା ରଥ, ପ୍ରଫେସର ମିତାଲି ଚିନାରା, ଡକ୍ଟର ପ୍ରସନ୍ନ କୁମାର ପାତ୍ରଙ୍କୁ କମିସନ ସଦସ୍ୟ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଆଇଏଏସ୍‌ ବୀର ବିକ୍ରମ ଯାଦବଙ୍କୁ କମିସନଙ୍କ ସଦସ୍ୟ ସଚିବ ଭାବେ ନିଯୁକ୍ତି ମିଳିଛି।

ରାଜ୍ୟ ସରକାର ଓବିସି କମିସନ ଗଠନ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଦୀର୍ଘ ବର୍ଷର ଦାବି ପରେ ରାଜ୍ୟ ସରକାର ଓବିସି କମିସନ ଗଠନ କରିଛନ୍ତି। ବିଳମ୍ବରେ ହେଲେ ବି ସରକାର ଏଭଳି ପଦକ୍ଷେପ ନେଇଥିବାରୁ ତାହା ସ୍ୱାଗତଯୋଗ୍ୟ।

Comment