ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଠକେଇ ଅଭିଯୋଗରେ ଗିରଫ ହେଲେ ‘ସାଇ ଲ୍ୟାଣ୍ଡ  ପ୍ରୋପରଟି ମ୍ୟାନେଜମେଣ୍ଟ ଇଣ୍ଡିଆ ଲିମିଟେଡ଼’ର ଏମଡି ଗୋପାଳ ରାଉତ ଗିରଫ। ୩ଶହରୁ ଅଧିକ ଜମାକାରୀଙ୍କ ଟଙ୍କା ଠକି ନେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ।

ତିନିଶହରୁ ଅଧିକ ଜମାକାରୀଙ୍କଠାରୁ ୧ କୋଟି ୯୬ ହଜାର ୮ ଶହ ଟଙ୍କା ଠକି ନେଇଛନ୍ତି ଗୋପାଳ ରାଉତ। ପୂର୍ବରୁ ଟଙ୍କା ଠକିଥିବା ଘଟଣାରେ ୨୦୧୭ ମସିହାରେ ଗୋପାଳ ବିରୋଧରେ ଗୋସଁଇନୂଆଗାଁ ଥାନାରେ ଆଇପିସି ୪୬୭, ୪୬୮, ୪୨୦, ୪୭୧, ୪୦୬, ୪୬୫, ୧୨୦ (b) ଓ ପିସିଏମସିଏସର ଧାରା ୪, ୫, ୬ ଓ ଓପିଇଡି ଧାରା ୬ ଅନୁସାରେ ୮୬/ ୨୦୧୭ ମାମଲା ରୁଜୁ ହୋଇଥିଲା।

ଗୋପାଳ ରାଉତଙ୍କ ଘର ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କୁଲାଙ୍ଗି ଗ୍ରାମରେ। ହେଲେ ସେ ସୁରଟରେ ରୁହନ୍ତି। ଜମାକାରୀଙ୍କୁ ସେ ଚଢ଼ା ହାରରେ ସୁଧ ଦେବାକୁ ଓ ଆସିକା ଅଞ୍ଚଳରେ ପ୍ଲଟ ଦେବାକୁ କହି ଟଙ୍କା ଜମା କରାଇଥିଲେ। ପରେ ତାକୁ ଠକି ନେଇଥିଲେ।

Comment