ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳା ପରେ ଆଇସିସି ନୂଆ ରାଙ୍କିଙ୍ଗ୍ ତାଲିକା ପ୍ରକାଶ କରିଛି। ଏଥିରେ ଦ୍ରୁତ ବୋଲର ଜଶପ୍ରୀତ୍ ବୁମରାଙ୍କୁ ନିଜର ଶୀର୍ଷ ସ୍ଥାନ ହରାଇବାକୁ ପଡ଼ିଛି।

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ଭାରତ ୩-୦ରେ ହାରିଯାଇଥିଲା। ଏହାର ପ୍ରଭାବ ଭାରତୀୟ କ୍ରିକେଟ୍ ଖେଳାଳିଙ୍କ ରାଙ୍କିଙ୍ଗ୍ ଉପରେ ପଡ଼ିଛି। ଦ୍ରୁତ ବୋଲର ଜଶପ୍ରୀତ ବୁମରା ସିରିଜରେ ୱିକେଟ୍ ଶୂନ୍ୟ ରହିବା କାରଣରୁ ନିଜର ଏକ ନମ୍ବର ସ୍ଥାନ ହରାଇଛନ୍ତି। ନ୍ୟୁଜିଲାଣ୍ଡ ବୋଲର ଟ୍ରେଣ୍ଡ୍ ବୋଲ୍ଟ ବୁମରାଙ୍କୁ ହଟାଇ ନମ୍ବର ୱାନ୍ ସ୍ଥାନ ଅକ୍ତିଆର୍ କରିଛନ୍ତି।

ଅନ୍ୟପଟେ ସିରିଜରେ କୋହଲିଙ୍କ ପ୍ରଦର୍ଶନ ଖରାପ ଥିବା ସତ୍ତ୍ୱେ ତାଙ୍କର ରାଙ୍କିଙ୍ଗରେ କୌଣସି ପରିବର୍ତ୍ତନ ହୋଇନାହିଁ। ସେ ପୂର୍ବଭଳି ଦିନିକିଆ ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ରହିଛନ୍ତି। ସଦ୍ୟ ସମାପ୍ତ ହୋଇଥିବା ଭାରତ ଓ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜରେ ଭାରତୀୟ ଖେଳାଳି ନୈରାଶଜନକ ପ୍ରଦର୍ଶନ କରିଥିଲେ। ଏହି ସିରିଜକୁ ଟିମ୍ ଇଣ୍ଡିଆ ୩-୦ରେ ହାରିଯାଇଥିଲା।

Comment