ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦର ବଢ଼ିବାକୁ ନେଇ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆ ଷ୍ଟାଇଲରେ ତୀର ମାରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଗ୍ୟାସ୍‌ ସିଲିଣ୍ଡର ଧରି ପ୍ରତିବାଦ କରିବା ବେଳେର ଏକ ଫଟୋ ଟୁଇଟ୍‌ କରି ରାହୁଲ ଏଭଳି ପ୍ରତିବାଦ କରିଛନ୍ତି।

‘‘ବିଜେପି ସଦସ୍ୟମାନଙ୍କର ଏଭଳି ପ୍ରତିବାଦରେ ମୁଁ ସହମତ ଅଛି। ପ୍ରଧାନମନ୍ତ୍ରୀ ତୁରନ୍ତ ବର୍ଦ୍ଧିତ ଦର ପ୍ରତ୍ୟାହାର କରି ନିଅନ୍ତୁ’’, ଟୁଇଟ୍‌ କରି ଏହା କହିଛନ୍ତି ରାହୁଲ।

କଂଗ୍ରେସ ସରକାର ଅମଳରେ ଗ୍ୟାସ୍‌ ଦର ବୃଦ୍ଧି ପାଇଥିଲା। ଏହାକୁ ସେତେବେଳେ ବିଜେପି ବିରୋଧ କରିଥିଲା। ଗ୍ୟାସ ଦର ପ୍ରତ୍ୟାହାର ଦାବିରେ ସ୍ମୃତି ଇରାନିଙ୍କ ନେତୃତ୍ୱରେ ଦିଲ୍ଲୀରେ ବିକ୍ଷୋଭ ହୋଇଥିଲା। ସ୍ମୃତି ହାତରେ ଗ୍ୟାସ ସିଲିଣ୍ଡର ଧରି କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ସେହି ଫଟୋକୁ ଏବେ ରାହୁଲ ଟୁଇଟ୍‌ କରି ବିଜେପିକୁ ତୀର ମାରିଛନ୍ତି।

ଗ୍ୟାସ୍‌ ଦର ବଢ଼ିବା ଫଳରେ ଦିଲ୍ଲୀରେ ହିତାଧିକାରୀଙ୍କୁ ଅଧିକ ୧୪୪ ଟଙ୍କା ୫୦ ପଇସା, କଲିକତାରେ ୧୪୯ ଟଙ୍କା, ମୁମ୍ବାଇରେ ୧୪୫ ଟଙ୍କା, ଚେନ୍ନାଇରେ ୧୪୭ ଟଙ୍କା ଦେବାକୁ ପଡ଼ିବ।

Comment