ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ମୋଦୀଙ୍କୁ ମିଳିଲା ନିମନ୍ତ୍ରଣ। କେଜରିୱାଲ ନିଜେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି।

ଫେବ୍ରୁଆରି ୧୬ ତାରିଖ ସକାଳ ୧୦ଟାରେ କେଜରିୱାଲ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ଦିଲ୍ଲୀ ରାମଲୀଲା ମଇଦାନରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଉତ୍ସବକୁ ଅନେକ ନେତା, ମନ୍ତ୍ରୀମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ଦିଆଯାଇଛି।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ ଦେଇ ଆପ୍ ୬୨ଟି ସିଟ୍ ହାସଲ କରିଥିଲା। ଏଥିସହ କେଜରିୱାଲ ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ରାସ୍ତା ମଧ୍ୟ ପରିଷ୍କାର ହୋଇଯାଇଥିଲା। ଏହାପରେ ମୋଦୀ ଟୁଇଟରରେ ଅରବିନ୍ଦକୁ ତାଙ୍କର ତୃତୀୟ ବିଜୟ ପାଇଁ ଶୁଭେଚ୍ଛା ଦେଇଥିଲେ। ଏହାର ଜବାବରେ କେଜରିୱାଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here