ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଘୋଗଡ ଜଙ୍ଗଲରୁ ଏକ ହାତୀ ମୃତଦେହ ଉଦ୍ଧାର କରାଯାଇଛି। ଶୁକ୍ରବାର ସ୍ଥାନୀୟ ଲୋକ ହାତୀର ଗଳିତ ମୃତଦେହ ପାଇ ବନବିଭାଗକୁ ଖବର ଦେଇଥିଲେ। ପରେ ବନବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିଛି।

ହାତୀଟିର ଲିଙ୍ଗ ନିରୁପଣ କରାଯାଇ ପାରୁନଥିବା ବେଳେ ମାଈ ହାତୀ ବୋଲି ବନବିଭାଗ ଅନୁମାନ କରୁଛି। ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନଥିବା ବେଳେ ବେକ ହାତୀ ବେକ ପାଖରେ ବଡ଼ କଣା ଚିହ୍ନ ରହିଛି। ସେଥିପାଇଁ ହାତୀକୁ ଗୁଳିମାଡ଼ ହୋଇଥବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

ନିକଟସ୍ଥ ବଡ଼ ଗୁଣ୍ଡୁରିବାଡ଼ି ଅଞ୍ଚଳରେ ପ୍ରାୟ ଏକ ମାସରୁ ଅଧିକ ସମୟ ହେବ ହାତୀ ପଲ ସେହି ନିର୍ଦ୍ଧିଷ୍ଟ ଅଞ୍ଚଳରେ ରହୁଥିବା ଲୋକମାନେ ପ୍ରକାଶ କରିଛନ୍ତି। ଏହି ଦୁର୍ଗମ ଅଞ୍ଚଳକୁ ବନ ବିଭାଗ ଆସି ପାରିନଥାଏ। ତେଣୁ ହାତୀ ମୃତ୍ୟୁ ଖବର ସ୍ଥାନୀୟଲୋକଙ୍କଠାରୁ ମିଳିଥାଏ।

Comment