ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ହାଇକୋର୍ଟଙ୍କ ସହ ପରାମର୍ଶ କରି ଶେଷରେ ରାଜ୍ୟ ସରକାର ୪ଟି ଜିଲ୍ଲାରୁ ମାମଲା ସ୍ଥାନାନ୍ତର ପାଇଁ  ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ରାଜ୍ୟ ଆଇନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି। ବଲାଙ୍ଗୀର, ଦେବଗଡ, ଝାରସୁଗୁଡା ଏବଂ ସମ୍ବଲପୁର ଜିଲ୍ଲାର ପ୍ରାୟ ୪୬ଟି ଅଦାଲତରୁ ମାମଲା ନିକଟବର୍ତ୍ତୀ ଅଦାଲତକୁ ସ୍ଥାନାନ୍ତର କରାଯିବ ବୋଲି ଉଲ୍ଲେଖ କରାଯାଇଛି।

ବଲାଙ୍ଗୀର ଜିଲ୍ଲାର ଜିଲ୍ଲା ଦୌରା ଜଜ୍, ଅତିରିକ୍ତ ଜିଲ୍ଲା ଦୌରା ଜଜ୍, ପୋକ୍ସୋ ସ୍ୱତନ୍ତ୍ର ଅଦାଲତ, ଏନଡିପିଏସ୍ ସ୍ୱତନ୍ତ୍ର ଅଦାଲତର ମାମଲାକୁ ଟିଟିଲାଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ କୋର୍ଟକୁ ସ୍ଥାନାନ୍ତରିତ କରାଯିବ।

ସେହିପରି ବଲାଙ୍ଗୀର ସିଭିଲ୍ ଜଜ୍(ସିନିୟର)ଙ୍କ ମାମଲାକୁ ଟିଟିଲାଗଡ଼ ସିଭିଲ୍ ଜଜ୍(ସିନିୟର୍) ଏବଂ ବଲାଙ୍ଗୀର ଏସ୍‌ଡିଜେଏମ୍ ଏବଂ ଲୋଇସିଂହା ଜେଏମ୍ଏଫସିର ମାମଲା ସଇନ୍ତଳାକୁ ସ୍ଥାନାନ୍ତରିତ କରାଯାଇଛି। ଦେବଗଡ ଜିଲ୍ଲା ଦୌରା ଜଜ୍‌ କୋର୍ଟ ମାମଲା କେନ୍ଦୁଝର ଜିଲ୍ଲା ଦୌରା ଜଜ୍, ଦେବଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟ ମାମଲା କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରା ଜଜ୍, ଦେବଗଡ ସିଜିଏମ୍ କୋର୍ଟ ମାମଲା କେନ୍ଦୁଝର ସିଜିଏମ୍, ଦେବଗଡ ସେସନ୍ସ ଜଜ୍ କୋର୍ଟର ମାମଲା କେନ୍ଦୁଝର ସେସନ୍ସ ଜଜ୍, ଦେବଗଡ ସିନିୟର ସିଭିଲ୍ ଜଜ୍ କୋର୍ଟ ମାମଲା କେନ୍ଦୁଝର ସିନିୟର ସିଭିଲ୍ ଜଜ୍‌, ଦେବଗଡ ସିଭିଲ୍ ଜଜ୍, ଏସ୍‌ଡିଜେଏମ୍ କୋର୍ଟ ମାମଲା କେନ୍ଦୁଝର ସିଭିଲ୍ ଜଜ୍ ଏସ୍‌ଡିଜେଏମ୍, ଦେବଗଡ ଜେଏମ୍ଏଫସି କୋର୍ଟ ମାମଲା କେନ୍ଦୁଝର ଜେଏମ୍ଏଫସିକୁ ସ୍ଥାନାନ୍ତର କରାଯାଇଛି।

ଝାରସୁଗୁଡା ଜିଲ୍ଲା ଦୌରା ଜଜ୍ କୋର୍ଟର ମାମଲା ସୁନ୍ଦରଗଡ ଜିଲ୍ଲା ଦୌରା ଜଜ୍, ଝାରସୁଗୁଡା ଅତିରିକ୍ତ ସେସନ୍ସ ଜଜ୍ କୋର୍ଟ ମାମଲା ସୁନ୍ଦରଗଡ ଅତିରିକ୍ତ ସେସନ୍ସ ଜଜ୍, ଝାରସୁଗୁଡା ସିଜିଏମ୍ କୋର୍ଟ ମାମଲା ସୁନ୍ଦରଗଡ ସିଜିଏମକୁ, ଝାରସୁଗୁଡା ଅତିରିକ୍ତ ସେସନ୍ସ ଜଜ୍ କୋର୍ଟ ମାମଲା ସୁନ୍ଦରଗଡ ଅତିରିକ୍ତ ସେସନ୍ସ ଜଜ୍, ଝାରସୁଗୁଡା ସିନିୟର ସିଭିଲ୍ ଜଜ୍ କୋର୍ଟ ମାମଲା ସୁନ୍ଦରଗଡ ସିନିୟର ସିଭିଲ୍ ଜଜ୍, ଝାରସୁଗୁଡା ଏସ୍‌ଡିଜେଏମ୍ କୋର୍ଟ ମାମଲା ସୁନ୍ଦରଗଡ ଏସ୍‌ଜେଏମ୍, ଝାରସୁଗୁଡା ଜେଏମ୍ଏଫସିର ମାମଲା ସୁନ୍ଦରଗଡ ଜେଏମ୍ଏଫସି, ଝାରସୁଗୁଡା ଜେଏମ୍ଏଫସି(ଲିଭ୍ ରିଜର୍ଭ)ର ମାମଲା ସୁନ୍ଦରଗଡ ଜେଏମ୍ଏଫସି(ଲିଭ୍ ରିଜର୍ଭ), ଲଖନପୁର ଜେଏମ୍ଏଫସି କୋର୍ଟ ମାମଲା ସୁନ୍ଦରଗଡ ଜେଏମ୍ଏଫସିକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବଲପୁର ଜିଲ୍ଲା ଦୌରାଜଜ୍ କୋର୍ଟଙ୍କ ମାମଲା ବରଗଡ ଜିଲ୍ଲା ଦୌରାଜଜ୍, ସମ୍ବଲପୁର ପରିବାର ଅଦାଲତର ମାମଲା ବରଗଡ ପରିବାର ଆଦାଲତ, ପ୍ରଥମ ଏବଂ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ମାମଲା ବରଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ୍, ସମ୍ବଲପୁର ସିଜିଏମ୍ କୋର୍ଟ ମାମଲା ବରଗଡ ସିଜିଏମ୍, ସମ୍ବଲପୁର ସିନିୟର ସିଭିଲ୍ କୋର୍ଟ ଏବଂ ଅତିରିକ୍ତ ସିଭିଲ୍ କୋର୍ଟର ମାମଲା ବରଗଡ ସିନିୟର ସିଭିଲ୍ କୋର୍ଟ, ସମ୍ବଲପୁର ଏସ୍‌ଡିଜେଏମ୍‌ ମାମଲା ବରଗଡ ଏସ୍‌ଡିଜେଏମ୍କୁ ସ୍ଥାନାନ୍ତର କରାଯାଇଛି।

ସମ୍ବଲପୁର ସିଭିଲ୍ ଜଜ୍‌ କୋର୍ଟର ମାମଲା ବରଗଡ ସିଭିଲ୍ ଜଜ୍, ସମ୍ବଲପୁର ଜେଏମ୍ଏଫସି (ପରିବହନ)ର ମାମଲା ବରଗଡ ଜେଏମ୍ଏଫସି, ସମ୍ବଲପୁର ସ୍ୱତନ୍ତ୍ର ଜୁଡିସିଆଲ ମାଜିଷ୍ଟ୍ରେଟର ମାମଲା ବରଗଡ ଜେଏମ୍ଏଫସି, କୁଚିଣ୍ଡା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟ ମାମଲା ବରଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍, କୁଚିଣ୍ଡା ସିଭିଲ୍ ସିନିୟର ଜଜ କୋର୍ଟର ମାମଲା ବରଗଡ ସିଭିଲ୍ ସିନିୟର ଜଜ୍ କୋର୍ଟ, କୁଚିଣ୍ଡା ଏସ୍‌ଡିଜେଏମ୍‌ ମାମଲା ବରଗଡ ଏସ୍‌ଡିଜେଏମ୍, ରେଢ଼ାଖୋଲ ସିନିୟର ସିଭିଲ୍ ଜଜ କୋର୍ଟ ମାମଲା ବରଗଡ ସିନିୟର ସିଭିଲ୍ ଜଜ୍ ଏବଂ ରେଢ଼ାଖୋଲ ଏସ୍‌ଡିଜେଏମ୍‌ ମାମଲା ବରଗଡ ଏସ୍‌ଡିଜେଏମ୍‌ ଅଦାଲତକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Comment