ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁରର ବିଭିନ୍ନ ହୋଟେଲ ଚଢ଼ାଉ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ। ହୋଟେଲ ମାଲିକମାନେ ପରିଷ୍କାର ପରିଚ୍ଛନତା ପ୍ରତି ଦୃଷ୍ଟି ଦେଉଛନ୍ତି କି ନାହିଁ ଏହାର ତଦାରଖ ପାଇଁ ଏହି ଚଢ଼ାଉ କରାଯାଇଥିଲା।

ଇଞ୍ଜିନିୟରିଙ୍ଗ ସ୍କୁଲ ଛକ ନିକଟରେ ଥିବା ଅନେକ ହୋଟେଲ ଉପରେ ଅଚାନକ ଚଢ଼ାଉ କରିଛନ୍ତି ଜିଲ୍ଲାପାଳ। ସେଥିପାଇଁ ହୋଟେଲ ମାଲିକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଜିଲ୍ଲାପାଳ ପ୍ରଥମେ ଚକାନୟନ ହୋଟେଲ ଯାଇ ସେଠାରେ ପରିଷ୍କାର ପରିଚ୍ଛନ୍ନତା କିଭଳି ରକ୍ଷା କରାଯାଉଛି ତାହା ଦେଖିଥିଲେ। କିଛି ଆବର୍ଜନା ଚକାନୟନ ହୋଟେଲ ପଛ ପାଖରେ ପଡ଼ି ଥିବାରୁ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରି ହୋଟେଲ ମାଲିକଙ୍କୁ ୫୦୦୦ ଟଙ୍କା ଜରିମାନା କରିଥିଲେ।

Comment